କରାଟେ ପ୍ରତିଯୋଗୀତା ଅନୁଷ୍ଠିତ:ସାଫଲ୍ୟ ପ୍ରତିଯୋଗୀଙ୍କୁ ଗଞ୍ଜାମ ଜିଲ୍ଲା କରାଟେ ସଂଘ ପକ୍ଷରୁ ସମ୍ବର୍ଦ୍ଧନା…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଓଡିଶା ରାଜ୍ୟ କରାଟେ ଏସୋସିଏସନ ବା (ଓସ୍କା) ଆନୁକୂଲ୍ୟରେ ଭୂବନେଶ୍ୱର ସ୍ଥିତ ଉତ୍କଳ କରାଟେ ସ୍କୁଲ୍ ପରିସରରେ ୩୧ ତମ ରାଜ୍ୟ କରାଟେ ଜୁନିୟର ଓ ୨୧ ବର୍ଷରୁ କମ ବୟସ ବର୍ଗର ରାଜ୍ୟ କରାଟେ ପ୍ରତିଯୋଗୀତା ଚଳିତ ମାସ ୨୩ ତାରିଖରେ ଆରମ୍ଭ ହୋଇ ୨୪ ତାରିଖରେ ଉଦଯାପିତ ହୋଇଯାଇଛି । ରାଜ୍ୟର ସମସ୍ତ ଜିଲ୍ଲା କରାଟେ ସଂଘ ମାଧ୍ୟମରେ ସ୍ୱୀକୃତି ପ୍ରାପ୍ତ କରାଟେ ପ୍ରଶିକ୍ଷଣ କେନ୍ଦ୍ର ଗୁଡ଼ିକରୁ ପ୍ରାୟ ୨୦୦ ପ୍ରତିଯୋଗୀ ଏହି ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିଲେ । ଗଞ୍ଜାମ ଜିଲ୍ଲା କରାଟେ ସଂଘ ପକ୍ଷରୁ ୬ ଜଣିଆ ଦଳ ଏହି ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରି ଦୁଇଟି ସ୍ୱର୍ଣ୍ୱ ସହ ୫ ଟି ପଦକ ହାସଲ କରିଛନ୍ତି ।

  1. ଦେବରାଜ ନାୟକ, (ଫାଇଟ୍ ରେ ୧ ସ୍ୱର୍ଣ୍ୱ)
  2. ମହେଶ ସାହୁ (ଫାଇଟ୍ ରେ ୧ ସ୍ୱର୍ଣ୍ୱ)
  3. ଆସୁତୋଷ ପଟ୍ଟନାୟକ, ସଙ୍କର ନାୟକ, ମହେଶ ସାହୁ (ଟିମ କାଟାରେ କାନ୍ସ୍ୟ) ।
    ସମସ୍ତ ପ୍ରତିଯୋଗୀ ଉତ୍କଳ କରାଟେ ସ୍କୁଲ୍ ବ୍ରହ୍ମପୁର ଠାରେ ସେନସାଇ ଦେବବ୍ରତ ସମାଦ୍ଦାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କରାଟେ ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି । ସ୍ୱର୍ଣ୍ୱ ପଦକ ହାସଲ କରିଥିବା ଦୁଇ ଜଣ ପ୍ରତିଯୋଗୀ ଚଳିତ ମାସ ୫ ରୁ ୭ ତାରିଖ ପର୍ଯ୍ୟନ୍ତ ଆସାମର ଗୌହାଟି ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଜାତୀୟ କରାଟେ ପ୍ରତିଯୋଗୀତାରେ ଭାଗ ନେବାକୁ ମନୋନୀତ ହୋଇଛନ୍ତି । ଏହି ସଫଳତା ପାଇଁ ଗଞ୍ଜାମ ଜିଲ୍ଲା କରାଟେ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା