କରାପଲ୍ଲୀ ଓ ଗୋପାଳପୁର ଏନ୍ ଏ ସି ମଣ୍ତଳର ଗରିବ କଲ୍ୟାଣ ସମାବେଶ ଅନୁଷ୍ଠିତ

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ଗୋପାଳପୁର ନିର୍ବାଚନ ମଣ୍ଡଳୀର କରାପଲ୍ଲୀ ମଣ୍ତଳ ଓ ଗୋପାଳପୁର ଏନ୍ ଏ ସି ମଣ୍ତଳର ମିଳିତ ଭାବରେ ନାରାୟଣ ପୁର ଶ୍ରୀରାମ ସେଳିବ୍ରେଶନ ଠାରେ କରାପଲୀ ମଣ୍ତଳ ସଭାପତି ପ୍ରଦୀପ ପଟ୍ଟନାୟକଙ୍କ ପୌରହିତ୍ୟରେ ଗରିବ କଲ୍ୟାଣ ସମାବେଶ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୂଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ସଭାପତି ବିଭୁତି ଭୁଷଣ ଜେନା ଯୋଗଦେଇଥିଲେ l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ୯ବର୍ଷ ଶାସନରେ ଗରିବଙ୍କ କଲ୍ୟାଣ ଯୋଜନା ଉପରେ ଆଲୋଚନା କରିଥିଲେ l ତେବେ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନାକୁ କିପରି ଭାବରେ ରାଜ୍ୟ ସରକାର ନିଜସ୍ୱ ଯୋଜନା କହି ଲୋକଙ୍କୁ ମିଛ କହୁଥିବା ସେ ସମାଲୋଚନା କରିଥିଲେ l ଏଥିସହ ୨୦୨୪ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ସରକାରଙ୍କ ବିଭିନ୍ନ ଯୋଜନାକୁ ଘରେ ଘରେ ପହଞ୍ଚାଇବାକୁ ଓ ଦଳକୁ କିପରି ତୃଣମୂଳ ସ୍ତରରେ ଅଧିକ ମଜବୁତ୍ କରିବା ପାଇଁ ଦଳୀୟ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ l ସମ୍ମାନିତ ଅତିଥି ଭାବେ ଜିଲ୍ଲା ପ୍ରଭାରୀ ଅଶୋକ ମିଶ୍ର, ଜିଲ୍ଲା ଉପସଭାପତି ଡ଼. ସୁବାଷ ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ଗଙ୍ଗାଧର ଶତପଥୀ, ରାଜ୍ୟକୃଷକ ମୋର୍ଚା ସମ୍ପାଦକ ରାଜେଶ ସାହୁ, ଗୋପାଳପୁର ଏନ୍ ଏ ସି ମଣ୍ତଳ ସଭାପତି ପଞ୍ଚୁ ବେହେରା, ଜିଲ୍ଲାପରିଷଦ ପ୍ରାର୍ଥୀ ଜି. କୁର୍ମା , ଗୋପାଳପୁର ଏନ୍ ଏ ସି ଅଧକ୍ଷ ପ୍ରାର୍ଥୀ ବି. ରାମାରାଓ,କେ. ରଘୁନାଥ ପାତ୍ର, ମମତା ରଣା, ଅନୁଜାନନ୍ଦ ବିଶ୍ଵାଳ, ବାବୁଲି ଗନ୍ତାୟତ, ବନିତା ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ l ଜିଲ୍ଲା ଯୁବ ମୋର୍ଚ୍ଚା ସମ୍ପାଦକ ବି. ସୋମନାଥ ପାତ୍ର ସଭା ପରିଚାଳନା କରିଥିବାବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ପ୍ରଭାରୀ ବାଳକୃଷ୍ଣ ସାମନ୍ତରା l କାର୍ଯ୍ୟକ୍ରମରେ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ l
ରିପୋର୍ଟ୍=ରଜତ ପଟ୍ଟନାୟକ