ଛତ୍ରପୁର (ସମୃଦ୍ଧ ଓଡିଶା) କରୋନା କଟକଣାକୁ ନ ମାନି ଚାଲିଥିଲା ବାହାଘର ଭୋଜି । ହଟାତ ତହସିଲଦାର ଓ ଥାନା ଅଧିକାରୀ ପହଞ୍ଚି ନଷ୍ଟ କଲେ ଭୋଜି ଭାତ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆମ୍ବଝର ନୂଆପଲ୍ଲୀ ଗ୍ରାମରେ । ଆମ୍ବଝର ନୂଆପଲ୍ଲୀ ଗ୍ରାମରେ ଦୟା ବିଶୋଇଙ୍କ ପୁଅ ନୀଳକଣ୍ଠଙ୍କ ଗତ ୮ତାରିଖରେ ବାହାଘର ହୋଇଥିବା ବେଳେ ଆଜି ତାଙ୍କର ପୁରା ଗାଁ ଲୋକଙ୍କୁ ଭୋଜି ଦେବା ପାଇଁ ଆୟୋଜନ କରିଥିଲେ । ତେବେ କୌଣସି ସୂତ୍ରରୁ ଖବର ପାଇ ଖଲ୍ଲିକୋଟ ତହସିଲଦାର ଓ ଖଲ୍ଲିକୋଟ ଥନା ଅଧିକାରୀ ଭୋଜି ପାଖରେ ପହଞ୍ଚି ଥିଲେ । ପହଁଚି ଚିକେନ, ଭାତ, ଡାଲି, ପାଏସ, ଖଟା ସମେତ ବିଭିନ୍ନ ଆଇଟମ ପାଖାପାଖି ୨୦୦୦ ହଜାର ଲୋକଙ୍କ ପାଇଁ ରନ୍ଧା ଯାଇଥିବା ସମସ୍ତ ଖାଦ୍ୟ ସାମଗ୍ରୀକୁ ନଷ୍ଟ କରାଯାଇଥିବା ବେଳେ ୮ହଜାର ୫ଶହ ଟଙ୍କା ଫାଇନ ଆଦାୟ କରାଯାଇଛି । ଯାହାକି ଆଗାମି ଦିନରେ ଗାଁରେ ବଡ କରୋନା ସଂକ୍ରମଣ ପରିସ୍ଥିତି ସୃଷ୍ଟି ହୋଇଥାନ୍ତା । କିନ୍ତୁ ପ୍ରସାଶନର ଭୋଜି ଆୟୋଜନକୁ ରୋକିବା ଯୋଗୁ ବଡ ବିପତି ଟଳିଛି । ଆଗାମି ଦିନରେ ଏଭଲି କୋଭିଡ ନିୟମ ଉଲଂଘନ କରୁଥିବା ଲୋକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର କହିଛନ୍ତି l କେବଳ ସେତିକି ନୁହେଁ, ସରକାରୀ ଗାଇଡଲାଇନ୍ ଉଲ୍ଲଘଂନ ଅଭିଯୋଗରେ ୮, ୫ଶହ ଟଙ୍କା ଫାଇନ ଆଦାୟ ବି ଆଦାୟ ହୋଇଛି । ତେବେ କରୋନା କାଳରେ ବହୁ ଅସହାୟ, ଦୀନଦରିଦ୍ର ଲୋକ ଦୁଇ ମୁଠା ଖାଇବାକୁ ପାଉ ନ ଥିବା ବେଳେ ପ୍ରଶାସନିକ ଅଧିକାରୀ ତଥା ପୁଲିସ୍ର ଏପରି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଛି । ଖାଦ୍ୟ ଦ୍ରବ୍ୟ ନଷ୍ଟ କରିବା ପରିବର୍ତ୍ତେ ଦିନକୁ ୨ ଓଳି ଖାଇବାକୁ ପାଉ ନ ଥିବା ଲୋକଙ୍କୁ ବାଣ୍ଟି ଦେଇଥିଲେ ସେମାନେ ଉପକୃତ ହୋଇଥାନ୍ତେ ବୋଲି ଆଲୋଚନା ହେଉଛି ।