ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ବାଲେଶ୍ୱର ଜିଲାରେ କରୋନା ଟେଷ୍ଟରେ ନୂତନ ଭାବେ ୧୧ ପଜେଟିଭ ଟିଏମସି ସେଣ୍ଟରୁ ଆସିଥିବା ବେଳେ ଜଳେଶ୍ୱର ଟିଏମସି ସେଣ୍ଟରୁ ୪ଜଣ ଅଛନ୍ତି । ଅଦ୍ୟାବଧି ଜଳେଶ୍ୱରକୁ ୭ହଜାର ୧୬୬ ଜଣ ପ୍ରବାସୀ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ୪୩୦ଜଣଙ୍କର ସ୍ୱାବ ଟେଷ୍ଟ କରାଯାଇଛି । ଆଜି ସୁଦ୍ଧା ଜଳେଶ୍ୱର ବ୍ଲକର ୮ଜଣଙ୍କ ପଜେଟିଭ୍ ବାହାରିଥିବା ବେଳେ ଅଧିକ ଟେଷ୍ଟ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି । ସରକାରଙ୍କ ନିତୀ ନିୟମ ଅନୁଯାୟୀ ପୂର୍ବରୁ ପ୍ରବାସୀ ମାନଙ୍କ ସ୍ୱାବ ଟେଷ୍ଟ କରାଯାଇ ଆସୁଥିଲା । ଏଥିରେ ଗୋବର୍ଦ୍ଧନପୁର ଟିଏମସି କେନ୍ଦ୍ରରେ ରହୁଥିବା କୋଟସାହି ଗ୍ରାମର ୧ଜଣ ଓ ତୋଟାପଡାର ୧ଜଣ ଜଳେଶ୍ୱର ମ୍ୟୁନିସିପାଲଟିର ଶୋଭା କଲ୍ୟାଣ ମଣ୍ଡପରେ ରହିଥିବା ସେକ୍ବାର୍ଡର ୧ଜଣ, ସମ୍ପତ୍ତିଆ ଟିଏମସି କେନ୍ଦ୍ରରେ ରହୁଥିବା ଜଳକାପଡିଆର ୧ଜଣ ଏପରି ମୋଟ ୪ଜଣ କରୋନା ପଜେଟିଭ୍ ଚିହ୍ନଟ କରାଯାଇ ସେମାନଙ୍କୁ ବାଲେଶ୍ୱରରେ ଚିକିତ୍ସା ଚାଲିଛି । କିନ୍ତୁ ସରକାରଙ୍କ ନୂତନ ନିୟମ ଅନୁୟାୟୀ ଟିଏମ୍ସି କେନ୍ଦ୍ରରେ ରହୁଥିବା ପ୍ରବାସୀଙ୍କ ମଧ୍ୟରୁ ଲକ୍ଷଣ ଦେଖାଯିବା ବକ୍ତିଙ୍କ ସ୍ୱାବ ପରୀକ୍ଷା କରାଯିବ । ଏହି ଅନୁଯାୟୀ ଗତ ୧ତାରିଖରେ ପ୍ରସାଦଶୋଳ ଟିଏମସ୍ କେନ୍ଦ୍ରରେ ରହୁଥିବା ଖୁଣ୍ଟା ଗ୍ରାମର ୩ଜଣ ଓ କୋବାଡିଆ ଟିଏମ୍ସିରେ ରହୁଥିବା ସରଡିହା ଗାଁ ୧ଜଣଙ୍କ ସ୍ୱାବ ପଜେଟିଭ୍ ଆସିଥିବାର ଆଜି ଜଣାଯାଇଛି । ଆଜି ବାଲେଶ୍ୱର ଜିଲାର ୧୧ ଜଣଙ୍କ ମଧରୁ ବସ୍ତାରେ ୨, ଜଳେଶ୍ୱର ୪, ଭୋଗରାଇରେ ୩, ସିମୁଳିଆରେ ୧ ଓ ବାହାନଗାରେ ୧ ଜଣଙ୍କ ପଜେଟିଭ୍ ଥିବାର କୁହାଯାଇଛି । ଏହି ୧୧ଜଣଙ୍କ ମଧ୍ୟରୁ ୧୦ଜଣ ମୁମ୍ୱାଇ ଓ ମହାରାଷ୍ଟ୍ରରୁ ଆସିଥିବାବେଳେ ଜଣେ ଦିଲ୍ଲୀରୁ ଆସିଥିବା ପ୍ରକାଶ । ଅଦ୍ୟାବଧି ଜଳେଶ୍ୱର ବ୍ଲକରେ ୪୧୬୬ଜଣଙ୍କ ନାମ ପଂଜିକୃତ ହୋଇଥିବା ବେଳେ ଏଥିରୁ ୩୩୦୦ଜଣ ହୋମ କାରାଣ୍ଟାଇନ୍କୁ ଫେରିଥିବା ପ୍ରକାଶ । କିନ୍ତୁ ପୂର୍ବରୁ ଜଳେଶ୍ୱରକୁ ଫେରିଥିବା ୩ହଜାର ପ୍ରବାସୀ ଏପରି ମୋଟ ୭୧୬୬ଜଣଙ୍କ ମଧ୍ୟରୁ ମାତ୍ର ୪୩୦ଜଣଙ୍କ ସ୍ୱା ଟେଷ୍ଟ କରାଯାଇଥିବାରୁ ଅଧିକ ଟେଷ୍ଟ କରାଯିବା ପାଇଁ ଦାବି ହେଉଛି । ଜଳେଶ୍ୱର ବ୍ଲକରେ ଅଧିକ ସ୍ୱାବ ଟେଷ୍ଟ ହୋଇ ନ ଥିବାରୁ ପ୍ରକୃତ କରୋନା ପଜେଟିଭ ତାର ଆକଳନ କରାଯାଇ ପାରି ନାହିଁ ।
ରିପୋର୍ଟ : ଭୂପତି କୁମାର ପରିଡା