

ଢେଙ୍କାନାଳ (ସମୃଦ୍ଧ ଓଡିଶା) ସାରା ବିଶ୍ୱରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ସମୟରେ ସମସ୍ତ ଜନ ସାଧାରଣ ତାଲାବନ୍ଦରେ ଥିବା ବେଳେ କେତେକ କରୋନା ଯୋଦ୍ଧା ଏହାର ମୁକାବିଲା ପାଇଁ ଲୋକମାନଙ୍କୁ ସେବା ଯୋଗାଇ ଆସୁଛନ୍ତି । ତେଣୁ ଏହି କରୋନା ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଢେଙ୍କାନାଳ ପୌରାଞ୍ଚଳ ସ୍ଥିତ ସିମିଳିଆ, ୱାର୍ଡ ୧୯ର ମହିଳା ମହା ସଂଘ ସୁଭଦ୍ରା ନାରୀ ଶକ୍ତି ଏବଂ ଲକ୍ଷ୍ମୀ ନାରାୟଣ ସଂଘର କର୍ମକର୍ତ୍ତାମାନେ ଆଗକୁ ଆସି ସାହାର୍ଯ୍ୟର ହାତ ବଢ଼ାଇଥିଲେ । ପୋଲିସ କର୍ମଚାରୀ, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ସ୍ୱଚ୍ଛ ସାଥି ଓ ସଫେଇ କର୍ମଚାରୀମାନଙ୍କୁ ଏଥିରେ ସମ୍ବର୍ଦ୍ଧିତ କରାଯାଇଥିଲା ।
ରିପୋର୍ଟ : ଶୁଭମ ପାଣି