
ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତ କିଛିଦିନ ଧରି ଜଳେଶ୍ୱରର ବିଭିନ୍ନ ସ୍ଥାନ ସହିତ ରାଜ୍ୟର ବହୁ ସ୍ଥାନରେ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କରୋନା ସଂକ୍ରମଣ ଯୋଗୁଁ ଅଣକରୋନା ରୋଗୀମାନେ ଅବହେଳିତ ହେବା ସହିତ ଚିକିତ୍ସା ଯୋଗା ଯାଇ ପାରୁନାହିଁ । ଏହି ପରିପ୍ରେକ୍ଷୀରେ ସିପିଏମ୍ର ରାଜ୍ୟକର୍ମକର୍ତ୍ତାଙ୍କ ପରାମର୍ଶକ୍ରମେ ଜଳେଶ୍ୱର କେତେକ ଗୁରୁତ୍ୱପୂର୍ଣ୍ଣ ଦାବି ଏକ ଖୋଲା ଚିଠିରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି । ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ହସ୍ପିଟାଲରେ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଏବଂ ଅଣକରୋନା ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ଲାଗି ସରକାର ଜରୁରୀକାଳୀନ ଭାବେ ପଦକ୍ଷେପ ଗ୍ରହଣ କରିବାକୁ ନିବେଦନ କରିଛନ୍ତି । କଟକ, ବ୍ରହ୍ମପୁର, ବୁର୍ଲା ମେଡିକାଲ ହସ୍ପିଟାଲରେ ଆଇସିୟୁ, ଭେଣ୍ଟିଲେଟର, ଡାକ୍ତର, ନର୍ସ ନିଯୁକ୍ତି, କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗାଇଡ୍ଲାଇନ୍ ଅନୁଯାୟୀ ସମସ୍ତଙ୍କର କରୋନା ପଜେଟିଭ୍ କରାଯିବା, ସମସ୍ତ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ସହିତ ପିପିଇ କିଟ୍ ଯୋଗାଇବା, କରୋନା ଜନୀତ ମୃତ ବ୍ୟକ୍ତିଙ୍କ ପରିବାରଙ୍କୁ ଚିକିତ୍ସାର ସମସ୍ତ ପ୍ରକ୍ରିୟା ଅବଗତ କରାଇବା, ମୃତକ ପରିବାରକୁ ଆର୍ଥୀକ ପ୍ୟକେଜ୍ ଦିଆଯିବା ଇତ୍ୟାଦି ସଂପର୍କରେ ସେମାନେ ଲେଖିଛନ୍ତି । ଏଥିରେ ସଂପାଦକ ଦିଲ୍ଲିପ କୁମାର ଗିରି, ଦିପ୍ତିମାନ ଆଚାର୍ଯ୍ୟ, ଜିତାଂଶୁ ନନ୍ଦି, ରବିନ୍ଦ୍ର ବାରିକ, ପଲ୍ଟୁ ଦାସ, ସରପଂଚ ଦିଲ୍ଲିପ କରିଡା, ବସନ୍ତ ପ୍ରଧାନ, ରତନ ଦାସ, ଜୀବନ ପରିଡା, ସେକ୍ ଅବଦୁଲ ସାଦ୍ଦିକ ପ୍ରମୁଖ ଭାଗ ନେଇଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା