ଜଳେଶ୍ୱର (ସମୃଦ୍ଧ ଓଡିଶା) ଦୀର୍ଘ ୪ମାସ ଧରି ଲଏକ୍ଡାଉନ୍ ଓ ସଟ୍ଡାଉନ ଘୋଷଣା ଫଳରେ ସଚେତନତା ଯେପରି ହେବା କଥା ତାହା ହୋଇ ପାରିନାହିଁ । ବହୁ ଜନସାଧାରଣ ମାକ୍ସ ନ ପିନ୍ଧି ବଜାରରେ ବୁଲିବା, ପ୍ରଶାସନ ପକ୍ଷରୁ ସାମୟିକ ଜୋରିମାନା ଆଦାୟ କରି ଚୁପ୍ ହୋଇ ବସିବା, ଦୈନିକ ବଜାରକୁ ଠିକ୍ଭାବେ ପରିଚାଳନା ନ କରିବା ଏବଂ ମ୍ୟୁନିସିପାଲଟି ଓ ବିଭିନ୍ନ ମୁଖ୍ୟସ୍ଥାନ ଗୁଡିକରେ ସାନିଟାଇନ୍ନ ହେବା କରୋନା ମୁକାବିଲା ପ୍ରହସନରେ ପରିଣତ ହୋଇଛି ବୋଲି ଆଜି ସିପିଏମ୍ ପକ୍ଷରୁ ପ୍ରେସ୍ମିଟ୍ରେ କହୁଯାଇଛି । ଦୈନିକ ବଜାରକୁ ସାପ୍ତାହିକ ହାଟରେ ନ ବସାଇ ରାସ୍ତାକଡରେ ବସାଇବା, ବ୍ୟାପକ ସ୍ୱାବ ଟେଷ୍ଟ ନ କରିବା, ଓଡିଶା ସୀମାକୁ ଠିକ୍ଭାବେ ସିଲ ନ କରିବା ଇତ୍ୟାଦି ଯୋଗୁଁ ଏହା କୁକାବିଲା କରିବାରେ ପ୍ରଶାସନ ବିଫଳ ହୋଇଥିବାର ସିପିଏମ୍ ଅଭିଯୋଗ କରିଛି । ଏପରି ଘଟଣା ପ୍ରତି ସରକାର ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବା ସଂପର୍କେରେ ଏକ ଭାର୍ଚୁଆଲ ବୈଠକରେ ସଂପାଦକ ଦିଲ୍ଲିପ କୁମାର ଗିରି, ଜିତାଂଶୁ ନନ୍ଦି, ସୀତାଂଶୁ ସେନାପତି, ଶିଶିର ହୁଇ, ଦିପ୍ତିମାନ ଆଚାର୍ଯ୍ୟ, ପଲ୍ଟୁ ଦାସ, ରବିନ୍ଦ୍ର ବାରିକ ଓ ଜୀବନ ପରିଡା ପ୍ରମୁଖ ଦାବି କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା