କରୋନା ମୁକାବିଲା ପାଇଁ ଆଇଏଏସଙ୍କୁ ଗୁରୁ ଦାୟିତ୍ୱ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ । ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଦାଇତ୍ୱ ପ୍ରଦାନ କଲେ ରାଜ୍ୟ ସରକାର । ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଓ ସୌରଭ ଗର୍ଗଙ୍କୁ କୋଭିଡ଼ ହସ୍ପିଟାଲ ପ୍ରତିଷ୍ଠା ଦାୟିତ୍ୱ । ପିକେ ମହାପାତ୍ର ସାମାଜିକ ଦୂରତ୍ୱ ଗାଇଡଲାଇନ ନିର୍ଦ୍ଧାରଣ ଦାୟିତ୍ୱ । ଗୃହ ସଚିବ ସଂଜୀବ ଚୋପ୍ରାଙ୍କୁ ରାଜ୍ୟ ବାହାରେ ଫସିଥିବା ଶ୍ରମିକଙ୍କ ପାଇଁ ବ୍ୟବସ୍ତା ଦାୟିତ୍ୱ । କ୍ରିଷନ କୁମାରଙ୍କୁ ଫେରିବାକୁ ଥିବା ଓଡ଼ିଆଙ୍କ ପଞ୍ଜିକରଣ ଦାଇତ୍ୱ । ସୁରେନ୍ଦ୍ର କୁମାରଙ୍କୁ ଅତ୍ୟାଵଶ୍ୟକ ସାମଗ୍ରୀ ଦାୟିତ୍ୱ । ହେମନ୍ତ ଶର୍ମାଙ୍କୁ ଅତ୍ୟାଵଶ୍ୟକ ଔଷଧ ଦାଇତ୍ୱ । ବିଶାଳ ଦେବ ଓ ସଚିନ ଯାଦବଙ୍କୁ ମୁଖ୍ୟ ସଚିବଙ୍କ ଓଏସଡି ଦାୟିତ୍ୱ । ଆରଭିନଲ କ୍ରିଷ୍ଣାଙ୍କୁ ସିଏମଓ ମୁଖ୍ୟ ଉପଦେଷ୍ଠାଙ୍କ ଓଏସଡି ଦାୟିତ୍ୱ ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ ସହ ସଂଶ୍ଳିଷ୍ଠ ହେଲେ ୫ ଆଇଏଏସ ୩ ଆଇପିଏସ । ଏଥିସହ ଜିଲ୍ଲା ଗୁଡିକରେ ଉତ୍ତମ ସମନ୍ୱୟ ରଖିବାକୁ ଭୁବନେଶ୍ୱର ପାଇଁ ଅନୁଗର୍ଗ ଓ ଏନ ତିରୁମାଲା ନାୟକ । ବାଲେଶ୍ୱର ଓ ଭଦ୍ରକ ପାଇଁ ମଧୁସୂଦନ ପାଢ଼ୀ, ରତ୍ନାକର ରାଉତ । କଟକ ସହର ଓ କଟକ ଗ୍ରାମାଞ୍ଚଳ ପାଇଁ ସୌରଭ ଗର୍ଗ, ସୁଶାନ୍ତ ମହାପାତ୍ର ।ମୟୁରଭଞ୍ଜ ଓ କେଉଁଝର ପାଇଁ ସୁରେନ୍ଦ୍ର କୁମାର, ଶ୍ରୀକାନ୍ତ ପୃଷ୍ଟି । ଗଞ୍ଜାମ ଓ ଗଜପତି ପାଇଁ ଜି.ମାଥିଭାଥନନ, କ୍ରିଷନ କୁମାର । ଯାଜପୁର, ଜଗତସିଂହପୁର ଓ କେନ୍ଦ୍ରାପଡା ପାଇଁ ହେମନ୍ତ ଶର୍ମା, ସୁରେଶ ଚନ୍ଦ୍ର ଦଳାଇ । ଅନୁଗୁଳ, ଦେଓଗଡ ଓ ଢେଙ୍କାନାଳ ପାଇଁ ବିଷ୍ଣୁପଦ ସେଠି, ଗୋପବନ୍ଧୁ ଶତପଥୀ । ବଲାଙ୍ଗୀରି, ବରଗଡ଼ ଓ ନୂଆପଡା ପାଇଁ ସୁଶୀଲ କୁମାର ଲୋହାନୀ, ବେଣୁଧର ବେହେରା । କଳାହାଣ୍ଡି, କନ୍ଧମାଳ ଓ ବୌଦ୍ଧ ପାଇଁ ଶାଶ୍ୱତ ମିଶ୍ର, ବିଷ୍ଣୁ ପ୍ରସାଦ ମିଶ୍ର । କୋରାପୁଟ, ମାଲକାନଗିରି, ରାୟଗଡା ଓ ନବରଙ୍ଗପୁର ପାଇଁ ଭି.ଭି ୟାଦବ, ରସିଦ ଖାନ । ନୟାଗଡ, ପୁରୀ, କଟକ ଗ୍ରାମାଞ୍ଚଳ ଓ ଖୋର୍ଦ୍ଧା ଗ୍ରାମାଞ୍ଚଳ ପାଇଁ ଅନିଲ କୁମାର ସାମଲ । ସମ୍ବଲପୁର, ସୋନପୁର, ଝାରସୁଗୁଡା ଓ ସୁନ୍ଦରଗଡ ପାଇଁ ନିରଞ୍ଜନ ସାହୁଙ୍କୁ ଦାଇତ୍ୱ ଦେଇଛନ୍ତି ସରକାର ।

ରିପୋର୍ଟ : ହରପ୍ରସାଦ ବିଷୋୟୀ