

ସାନଖେମୁଣ୍ଡି (ସମୃଦ୍ଧ ଓଡିଶା) ଦେଶରେ କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି ରାଜ୍ୟର ସମସ୍ତ ଜିଲାକୁ ଲକ୍ଡାଉନ୍ କରାଯାଇଛି । କରୋନା ସଂକ୍ରମଣକୁ ନେଇ ଗଞ୍ଜାମ ଜିଲାରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି । ସହର ଅପେକ୍ଷା ଗ୍ରାମାଞ୍ଚଳରେ ମଧ୍ୟ ଲୋକମାନେ ସଚେତନ ରହିଥିବା ଦେଖିବାକୁ ମିଳୁଛି । ସାନଖେମୁଣ୍ଡି ବ୍ଲକ ଗୌତମୀ ପଞ୍ଚାୟତ ପଦ୍ମତୋଳା ଗ୍ରାମର ଦୁଇ ପଟ ମୁଖ୍ୟ ରାସ୍ତାକୁ ଗ୍ରାମବାସୀ ସିଲ୍ କରିଦେଇଛନ୍ତି । ଗାଁ ମୁଣ୍ଡ ରାସ୍ତାରେ ବ୍ୟାରିକେଡ ଲଗାଇ ଗ୍ରାମ ରାସ୍ତାକୁ ବନ୍ଦ କରି ଦେଇଛନ୍ତି । ଏପରିକି ବ୍ୟାନର ଲଗାଇ କରୋନା ମୁକାବିଲାରେ ସହଯୋଗ କରନ୍ତୁ ଓ ବାହାର ଲୋକଙ୍କୁ ଗ୍ରାମକୁ ଆସନ୍ତୁ ନାହିଁ କିମ୍ବା ଗ୍ରାମର କୌଣସି ଲୋକେ ବାହାରକୁ ନଯିବା ପାଇଁ ଅନୁରୋଧ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା ଓ ସାନଖେମୁଣ୍ଡିରୁ ପ୍ରଫୁଲ୍ଲ ସାବତ