ବୁଗୁଡା (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଅନ୍ତର୍ଗତ ଖୋଳଖାଳି ଗ୍ରାମର କରୋନା ଯୋଦ୍ଧା ଭାବେ କାର୍ଯ୍ୟ କରୁଥିବା ଅଙ୍ଗନବାଡି କର୍ମୀ ଭାରତୀ ସ୍ଵାଇଁଙ୍କ ଜୁଲାଇ ୪ ତାରିଖ ଶନିବାର ଦିନ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସୂଚନା ଯେ ଭାରତୀ ସ୍ଵାଇଁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରବାସୀ ଓଡ଼ିଆମାନଙ୍କୁ ଉତ୍ତମ ସେବା ଯୋଗାଉ ଥିଲେ ବୋଲି ସମିତି ସଭ୍ୟ ବିବେକାନନ୍ଦ ବାରିକ ପ୍ରକାଶ କରିଛନ୍ତି । ସେ ଏହିପରି ଅନେକ ଭଲ କାମ କରୁଥିଲେ ମଧ୍ୟ ନିଜକୁ ଜ୍ଵର ହେଉଥିବା ଲୁଚାଇଥିଲେ । ସେ ନିଜେ ଅନ୍ୟମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଯେଉଁ ବ୍ୟକ୍ତି ନିକଟରେ କରୋନା ଲକ୍ଷଣ ଥାଏ ତା ସମ୍ପର୍କରେ ପ୍ରଶାସନକୁ ଜଣାଉଥିଲେ କିନ୍ତୁ ନିଜର କରୋନା ଲକ୍ଷଣ ଥିଲେ ମଧ୍ୟ ପ୍ରଶାସନକୁ ମିଛ କହିଥିଲେ । ଭାରତୀଙ୍କ ଜ୍ୱର ହୋଇଥିବା ଖବର ପାଇ ନିଜେ ବିଡ଼ିଓ ତନ୍ମୟ ପାତ୍ର ତାଙ୍କୁ ପଚାରିଥିଲେ ମଧ୍ୟ ସାମାନ୍ୟ ମଜାର ଜ୍ଵର ହୋଇଥିଲା ଭଲ ହୋଇ ଗଲାଣି ବୋଲି କହିଥିଲେ । ତଥାପି ବିଡ଼ିଓ କହିଥିଲେ ଯଦି ପୁଣି ଜ୍ୱର ଆସେ ତେବେ ଜଣାଇଲେ ସ୍ୱାବ ଟେଷ୍ଟ କରାଇନେବା । ନିଜ ଦେହରେ ଜ୍ଵର ଥିଲେ ମଧ୍ୟ ଏଣେ ତେଣେ ଔଷଧ ଖାଇ ପ୍ରଶାସନଙ୍କୁ ଜଣାଇ ନ ଥିଲେ ବୋଲି କୁହାଯାଇଛି । ଗତକାଲି ରାତ୍ରରେ ଭାରତୀଙ୍କ ଭିଷଣ ଜ୍ଵର ହୋଇଥିବା ବେଳେ ସକାଳେ ସରପଞ୍ଚ ଓ ସମିଟିସଭ୍ୟ ଭାରତୀଙ୍କୁ ମେଡ଼ିକାଲକୁ ଆଣିଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ବିଭାଗର କେହି ମଧ୍ୟ ଦେଖିବାକୁ ଆସି ନ ଥିବା ଯୋଗୁଁ ଗ୍ରାମର ଲୋକମାନେ ଶବକୁ ରାସ୍ତା ଉପରେ ରଖି ରାସ୍ତା ଅବରୋଧ କରିଥିଲେ । ଖବର ପାଇ ଆଇଆଇସି ଚିତ୍ତରଞ୍ଜନ ବେହେରା ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରି ମରଶରୀରକୁ ନିଜ ଗ୍ରାମକୁ ପଠାଇବାର ବ୍ୟବସ୍ଥା କରିଥିଲେ ବୋଲି ଜଣାପଡିଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା