ବାଲିଗୁଡ଼ା (ସମୃଦ୍ଧ ଓଡିଶା) କରୋନା ଭୁତାଣୁ ସଂକ୍ରମଣର ପ୍ରତିରୋଧ ପାଇଁ ଦେଶରେ ବିଭିନ୍ନ ସ୍ଥାନରେ ସରକାରୀ ଅଫିସର ମାନେ ଲୋକଙ୍କୁ ସଚେତନ କରେଇବା ପାଇଁ ଭିନ୍ନ ଭିନ୍ନ ଅଭିନୟ କରି ଲୋକଙ୍କୁ ଆକର୍ଷିତ କରୁଥିବା ବେଳେ କନ୍ଧମାଳ ଜିଲ୍ଲାରେ ମଧ୍ୟ ଜଣେ ପୋଲିସ ଅଫିସର ଗୀତ ଗାଇ ଲୋକଙ୍କୁ ସଚେତନ କରାଉଥିବା ଭିଡିଓ ଭାଇରାଲ ହେବା ପରେ ପ୍ରଶଂସାର ସୁଅ ଛୁଟିଛି I କନ୍ଧମାଳରେ କରୋନା ଭୁତାଣୁର ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ ମାନସ ରଞ୍ଜନ ବାରିକ ଏକ ସୁନ୍ଦର ସଂଗୀତ ଲେଖିଥିଲେ I ତାହାକୁ ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ କଣ୍ଠ ଦାନ କରି ମଧୁର କଣ୍ଠରେ ସଙ୍ଗୀତ ଗାନ କରିଥିଲେ I ଏହା ଏକ ଆଲବମ ଗୀତ ଭଳି ମୁକ୍ତି ଲାଭ କରିଥିଲା I ଏହି ଗୀତକୁ ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ ମାନସ ରଞ୍ଜନ ବାରିକ ଓ ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ବାଲିଗୁଡ଼ାର ବନ୍ଧ ସାହି, ସୁନାପାଙ୍ଗା, ନେହୁରୁ ଛକ ଆଦି ଅଞ୍ଚଳରେ ସଂଗୀତ ଗାନ କରି ଲୋକଙ୍କୁ ପ୍ରତିଷେଧକ ପାଇଁ ସଚେତନ କରାଇଥିଲେ I ଏଭଳି ପୋଲିସ ଅଫିସରଙ୍କ ସାମାଜିକ କାର୍ଯ୍ୟ ଯୋଗୁଁ ସାଧାରଣରେ ପ୍ରଶଂସା କରାଯାଇଛି I
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା