

ଗଞ୍ଜାମ (ସମୃଦ୍ଧ ଓଡିଶା) ପୋଲିସ ଡିଜି ଅଭୟ ଗଞ୍ଜାମ ଓ ବ୍ରହ୍ମପୁର ଜିଲ୍ଲା ଗସ୍ତରେ ଆସି କୋଭିଡ-୧୯ ପାଇଁ ଲାଗୁ ହୋଇଥିବା ଲକ୍-ଡାଉନର ସ୍ଥିତି ସମୀକ୍ଷା କରି ବିଭିନ୍ନ ଅସ୍ଥାୟୀ ମେଡିକାଲ ଶିବିରରେ କରାଯାଇଥିବା ବ୍ୟବସ୍ଥା ଓ ପୋଲିସ କର୍ମଚାରୀଙ୍କ କଲ୍ୟାଣ କାର୍ଯ୍ୟକ୍ରମକୁ ସେ ଅନୁଧ୍ୟାନ କରିଥିଲେ । ଏଥିରେ ଗଞ୍ଜାମ ଜିଲ୍ଲାପାଳ, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଡିଜିଙ୍କୁ ସାକ୍ଷାତ କରି କୋଭିଡ-୧୯ ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ । ଏହି ଗସ୍ତ କାର୍ଯ୍ୟକ୍ରମରେ ପୋଲିସ ଡିଜି ଅଭୟଙ୍କ ସହ ଦକ୍ଷୀଣାଞ୍ଚଳ ରେଞ୍ଜ ଡିଆଇଜି, ଆରକ୍ଷୀ ଅଧିକ୍ଷକ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

