

ଜଳେଶ୍ବର (ସମୃଦ୍ଧ ଓଡିଶା) ଜଳେଶ୍ଵରର ଉତ୍କଳ ଜନନୀ ସେବା ସଂଗଠନ ପରିବାର ତରଫରୁ ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଏବଂ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ବସ୍ତା ବ୍ଲକ ଅନ୍ତର୍ଗତ ଚୋରମରା ଗ୍ରାମ ପଞ୍ଚାୟତର ଚୋରମରା ଗାଁରେ କର୍କଟ ରୋଗରେ ପୀଡ଼ିତ ଗୁଣାକାର ପରିଡା (ଡାକନାମ ବନମାଳୀ)ର ପରିବାରଙ୍କୁ ତିନି ମାସର ରେସନ ସାମଗ୍ରୀ ସହିତ ଆର୍ଥିକ ସହାୟତା ପ୍ରଦାନ କରିଛି ସଙ୍ଗଠନ । ବନମାଳୀ ଜଣେ ଗରୀବ ଭିନକ୍ଷମ ବ୍ୟକ୍ତି ଥାଇ ବିଭିନ୍ନ ଗ୍ରାମକୁ ଯାଇ ଆଇସକ୍ରିମ ବିକ୍ରି କରି ପରିବାର ଚଳାଉ ଥିଲେ । ମାତ୍ର ଭାଗ୍ୟର ବିଡ଼ମ୍ବନା ବନମାଳୀ କର୍କଟ ରୋଗରେ ପୀଡ଼ିତ ହୋଇ କଟକ ବଡ଼ ଡ଼ାକ୍ତରଖାନା ରେ ଚିକିତ୍ସା ହେଉଥିଲେ, ସେଠାରେ ଡାକ୍ତର ଅଧିକ ଚିକିତ୍ସା ପାଇଁ ତାଙ୍କୁ କର୍କଟ ହସପିଟାଲକୁ ରେଫର କରିଥଲେ, ତାଙ୍କ ପାଖରେ ଅର୍ଥ ନ ଥିବାରୁ, ତାଙ୍କୁ ଘରେ ଆଣି ପରିବାର ଲୋକେ ଚିକିତ୍ସା କରୁଛନ୍ତି । ସଙ୍ଗଠନ ଖବର ପାଇ ବନମାଳୀଙ୍କ ଘରେ ପହଞ୍ଚି ଥିଲେ ଓ ତାଙ୍କ ପରିବାରକୁ ଚାଉଳ ଚୁଡ଼ାଚିନି ଓ ତେଜରାତି ସାମଗ୍ରୀ ଯୋଗାଇ ଦେଇ ଥିବା ଜଣା ପଡ଼ିଛି। ସଂଗଠନର ସଭାପତି ହେମନ୍ତ କୁମାର ଜେନା, ଗଗନ ବିହାରୀ ସାହୁ, ଜ୍ୟୋତିର୍ମୟ ଜେନା, ଧରଣୀ ଜେନା, ବିକାଶ ଜେନା, କିରଣ ଜେନା, ବଳଭଦ୍ର ନନ୍ଦ, ଶୁଭେନ୍ଦୁ ବେହେରା, ସତ୍ୟରଞ୍ଜନ ବେଜ, ରଘୁନାଥ ଜେନା, ବିନୋଦ ମାଝି, ଭୁବନ ସାହୁ, ସୁଧୀର ଜେନା, ଗୌତମ କାମୀଳା ଆଦି ଉପସ୍ଥିତ ଥିଲେ । ସଂଗଠନର ଏତାଦୃଶ ମହାନ କାର୍ଯ୍ୟକୁ ଅଞ୍ଚଳ ବାସି ପ୍ରଶଂସା କରିଛନ୍ତି ।
ରିପୋର୍ଟ : ଭୂପତି ପରିଡା
