





ବ୍ରହ୍ମପୁର (ସମୃଦ୍ଧ ଓଡିଶା) କର୍ମବୀର ବୃନ୍ଦାବନ ନାୟକଙ୍କ ୧୦୯ତମ ଜୟନ୍ତୀ ଉତ୍ସବ ଟାଉନ ହଲ ଠାରେ ପାଳିତ ହୋଇଯାଇଛି । ଏଥିରେ ଏସଏମଆଇଟି ସଭାପତି ଭଗବାନ ଗନ୍ତାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ମୁଖ୍ୟବକ୍ତା ଭାବେ ପୂର୍ବତନ ବିଧାୟକ ଡା.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଏବଂ ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାଷ ମହାରଣା ଯୋଗଦେଇ ସ୍ୱର୍ଗତ ନାୟକଙ୍କ କର୍ମମୟ ଜୀବନର ସ୍ମୃତି ଚାରଣ କରିଥିଲେ । ଏହାସହ ଏସଏମଆଇଟି ସମ୍ପାଦକ ଜମ୍ମୁଲା ଶଙ୍କର ନାରାୟଣ, ସ୍ମୃତି କମିଟି ସମ୍ପାଦକ ତଥା ଏସଏମଆଇଟିର ସହସମ୍ପାଦକ ପ୍ରମୋଦ ପଣ୍ଡା ସଭାରେ ମଞ୍ଚାସିନ ରହିଥିଲେ । ଏହି ଅବସରରେ ବୃନ୍ଦାବନ ନାୟକଙ୍କ ଘନିଷ୍ଠ ଥିବା ପୁରୁଷୋତ୍ତମପୁରର ଭାନୁଅଂଶୁ ପଣ୍ଡା ଓ ପୂର୍ବତନ ବିଧାୟକ ଡ଼.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ସଭାରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାସହ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ବୃନ୍ଦାବନ ନାୟକଙ୍କ ଜୀବନୀ ଉପରେ ଆଧାରିତ ଏକ ନାଟକ ପରିବେଷଣ କରାଯାଇଥିଲା । ଏହାପରେ ଟପ୍ପର ସୁବୋଧା ପ୍ରିୟଦର୍ଶନୀ ଓ ତେଜସ୍ୱିନୀ ସେଠୀଙ୍କୁ ପୁରସ୍କୃତ କରାଯାଇଥିଲା । ଏଥିରେ ଶିକ୍ଷୟତ୍ରୀ ପ୍ରଜ୍ଞା ପଣ୍ଡା ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ ଏବଂ ଉପଦେଷ୍ଟା ରବି ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଏସଏମଆଇଟିର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀଙ୍କ ସମେତ ବହୁ ବରିଷ୍ଠ ବ୍ୟକ୍ତିମାନେ ଯୋଗ ଦେଇଥିଲେ ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା

























