

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡ଼ିଶାର ଅନ୍ୟତମ ପ୍ରାତଃ ସ୍ମରଣୀୟ ଜନନେତା କର୍ମବୀର ସ୍ୱର୍ଗତ ବୃନ୍ଦବନ ନାୟକଙ୍କ ୧୧୦ତମ ଜୟନ୍ତୀ ଉତ୍ସବ ୧୬ ତାରିଖ ସୋମବାର ଦିନ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଏସଏମଆଇଟି ମୁଖ୍ୟକାର୍ଯ୍ୟଳୟ ହିଲପାଟଣା ସ୍ଥିତ ସଭା କକ୍ଷରେ ଆୟୋଜିତ ସଂକ୍ଷିପ୍ତ ସ୍ମୃତିଚାରଣ କାର୍ଯ୍ୟକ୍ରମରେ ସମ୍ମନିତ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଏବଂ ଶିବ ଶଙ୍କର ସାହାଣୀ ଯୋଗଦାନ କରି ବୃନ୍ଦାବନ ବାବୁଙ୍କ ଅବଦାନ ତଥା ବହୁମୁଖି ପ୍ରତିଭା ଉପରେ ଆଲୋକପାତ କରିଥିଲେ । ତାଙ୍କର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଉତ୍କଳ ଜନନୀର ସେବା କରିବା ଦିଗରେ ଆଜିର ଯୁବପିଢ଼ି ସଂକଳ୍ପବଦ୍ଧ ହେବାକୁ ବକ୍ତାମାନେ ଆହ୍ୱାନ ଜଣାଇଥିଲେ । ଏସଏମଆଇଟି ସଭାପତି ଭଗବାନ ଗନ୍ତାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ପ୍ରମୋଦ କୁମାର ପଣ୍ଡା ସ୍ୱାଗତ ଭାଷଣ ଦେଇଥିବା ବେଳେ ଏସଏମଆଇଟି ସମ୍ପାଦକ ଯାମୁଲା ଶଙ୍କର ନାରାୟଣ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ସକାଳ ୮ ଘଣ୍ଟିକା ବେଳେ ଏସଏମଆଇଟି ସଭାପତି ଗନ୍ତାୟତଙ୍କ ନେତୃତ୍ୱରେ ସହରର ବିଶିଷ୍ଟ ବ୍ୟକ୍ତିମାନେ କାମାପଲ୍ଲୀଛକ ସ୍ଥିତ ବୃନ୍ଦବନ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଜୟନ୍ତୀ ଉତ୍ସବ ଅବସରରେ ବକୃତା ପ୍ରତିଯୋଗିତାର ଶ୍ରେଷ୍ଠ ପ୍ରତିଯୋଗୀ ସୁଶ୍ରୀ କ୍ଷୀରାବଧ ତନୟା ପାତ୍ର ଓ ପ୍ରବନ୍ଧ ପ୍ରତିଯୋଗିତାର ଶ୍ରେଷ୍ଠ ପ୍ରତିଯୋଗୀ ଜେ. ବିଭୁ ରଞ୍ଜନ ପୃଷ୍ଟି ୧୦ମ ଶ୍ରେଣୀ ଛାତ୍ର ଏବଂ ସ୍ୱତନ୍ତ୍ର ପୁରସ୍କାର ବାଳକୃଷ୍ଣ ସାହୁଙ୍କୁ ପ୍ରଦାନ କରାଯାଇଥିଲା । ସେହିପରି ଏସଏମଆଇଟି ସ୍ନାତ୍ତକୋତ୍ତର ଗଣ ଯୋଗାଯୋଗ ବିଭାଗର ଶ୍ରେଷ୍ଠ କୃତି ଛାତ୍ରୀ ସୁଶ୍ରୀ ମନସ୍ଵିନୀ ମିଶ୍ରଙ୍କୁ ରବୀଙ୍ଗ ଶିଲଡ଼ ପ୍ରଦାନ କରାଯାଇଥିଲା ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା



