କର୍ମ ନିଯୁକ୍ତି ଯୋଜନାରେ ଆରୁହା ପଞ୍ଚାୟତର ଜବକାର୍ଡ ମେଳା ଅନୁଷ୍ଠିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମିଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଆଜି ଜଳେଶ୍ୱର ବ୍ଳକ ଆରୁହା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସରପଂଚ ତପନୀ ଭୂୟାଁଙ୍କ ଅଧ୍ୟକ୍ଷତାରେ ଜବକାର୍ଡ ମେଳା-୨୨ ଅନୁଷ୍ଠିତ ହୋଇ ଯାଇଛି । ସବୁ ଜବକାର୍ଡଧାରୀଙ୍କ ଅଧିକାରୀ ଓ ବର୍ଷକୁ ୧୦୦ ଦିନର ଅଧିକାର ମିଳିବା ସମ୍ପର୍କରେ ରବିନ୍ଦ୍ର କୁମାର ପ୍ରଧାନ ଆହ୍ୱାନ ଦେଇଥିବା ବେଳେ ଆରୁହା ପଞ୍ଚାୟତ ସଦସ୍ୟାଙ୍କ ପ୍ରତିନିଧି ଶ୍ରୀକଣ୍ଠ ମହାନ୍ତି, କାର୍ଯ୍ୟନିର୍ବାହୀ ଅଧିକାରୀ ଫଳମଣି ହାଁସଦା, ନାଏବ ସରପଂଚ ବରୁଣ କୁମାର ଜେନା, ପୂର୍ବତନ ସଦସ୍ୟ ରାଜେନ୍ଦ୍ର ପାତ୍ର, ମନୋଜ କୁମାର ଭୂୟାଁ ଶକ୍ତିଧର ଘୋଷ, ପ୍ରମୋଦ ମହାନ୍ତି ପ୍ରମୁଖ ଯୋଗ ଦେଇ ଜବକାର୍ଡର ଆକଶ୍ୟକତା ସଂପର୍କରେ କହିଥିଲେ ।

ରିପୋର୍ଟ : ଭୂପତି ପରିଡା