

ଭଞ୍ଜନଗର (ସମୃଦ୍ଧ ଓଡିଶା) ମରଣ ଯନ୍ତା ରୂପେ ପରିଚିତ କଳିଙ୍ଗା ଘାଟିରେ ଦୁର୍ଘଟଣା କମିବାର ନାମ ଧରୁନି । ଗଲା କିଛି ଦିନ ଧରି ଗଞ୍ଜାମ – କନ୍ଧମାଳ ସୀମାନ୍ତରେ ଥିବା ଏହି ଘାଟିରେ ଦୁର୍ଘଟଣା ପରେ ଦୁର୍ଘଟଣା ଘଟି ଚାଲିଛି । ଆଜି ମଧ୍ୟାହ୍ନ ସମୟରେ ଏକ ଖଲି ବୋଝେଇ ଟ୍ରକ ମୁନିଗୁଡ଼ାରୁ ଖଲ୍ଲିକୋଟ ଯାଉଥିବା ସମୟରେ ଗଞ୍ଜାମ – କନ୍ଧମାଳ ସୀମାନ୍ତ ଅନ୍ଧରକୋଟ ନିକଟରେ ଦୁର୍ଘଟଣା ଘଟିଛି । ମିଳିଥିବା ସୂଚନା ମୁତାବକ ଟ୍ରକଟି ଘାଟି ତଳକୁ ଓହ୍ଲାଉଥିବା ବେଳେ ଅନ୍ଧରକୋଟ ନିକଟରେ ଟ୍ରକର ବ୍ରେକ ଫେଲ ହେବାରୁ ଡ୍ରାଇଭର ଜଣଙ୍କ ଭାରସାମ୍ୟ ହରାଇ ବସିଥିଲେ । ଫଳରେ ଟ୍ରକଟି ରାସ୍ତା କଡରେ ଥିବା ଏକ କଲଭଟ ତଳକୁ ଖସି ଯାଇଥିଲା । ଦୁର୍ଘଟଣାରେ ଉଭୟ ଡ୍ରାଇଭର ଓ ହେଲ୍ପର ଆହତ ହୋଇ ଭଞ୍ଜନଗର ଉପଖଣ୍ଡ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ରିପୋର୍ଟ – ନିଲୁ ବିଷୋୟୀ