କାଉଡିଆଙ୍କ ନିମନ୍ତେ ବ୍ଲଡ଼ ଡୋନର କାଉନସିଲର ଆନୁକୂଲ୍ୟରେ ପ୍ରାଥମିକ ସେବା ଶିବିର ଓ ରନ୍ଧା ଖାଦ୍ୟ ବିତରଣ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ବିଗତ ବର୍ଷମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ମହା ଶ୍ରାବଣ ମାସରେ ଓଡ଼ିଶାର ପ୍ରସିଦ୍ଧ ଶୈବ ପୀଠ ଚନ୍ଦ୍ରଶେଖର, କପିଳାଷ ଠାରେ ବ୍ଲଡ଼ ଡୋନର କାଉନସିଲର ଆନୁକୂଲ୍ୟରେ ତ୍ରିକାଳ ସେବା ସଂଘ ସହାୟତାରେ ପ୍ରାଥମିକ ସେବା ଶିବିର ଓ ରନ୍ଧା ଖାଦ୍ୟ ବିତରଣ ମାସର ୪ଟି ରବିବାର କାଉଡିଆଙ୍କ ପାଇଁ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଫେଡେରେସନ ଅଫ ଇଷ୍ଟଆନ ବ୍ଲଡ଼ ଡୋନର ଅର୍ଗାନାଇଜେସନର ଜାତୀୟ ଉପସଭାପତି ପ୍ରଶାନ୍ତ କୁମାର ଦାଶ ଓ ଫାର୍ମାସିଷ୍ଟ ପ୍ରସନ୍ନ ରାୟଙ୍କ ତତ୍ତ୍ୱାବଧାନରେ ଶିବିର ପରିଚାଳିତ ହୋଇଥିଲା । ଏଥିରେ ଖାଦ୍ୟ ପରିବେଷଣ ଓ ବିଭିନ୍ନ ସେବାରେ ରମେଶ ପୋଦାର, ବଦ୍ରୀନାଥ ଉପାଧ୍ୟକ୍ଷ, ସଂଗ୍ରାମ ରାୟ, ମାନସ ସାହୁ, ଟୁକୁନା ପୃଷ୍ଟି, ଅଜୟ ସାହୁ, ତାପସ, ପ୍ରେମ ସ୍ୱରୂପ, ଦିଲୁ ସହଯୋଗ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ଏହି ଶିବିର ୨୦ ବର୍ଷ ହେବ କପିଳାଷ ଠାରେ ସେବା ପ୍ରଦାନ କରି ଆସୁଛନ୍ତି ।

ରିପୋର୍ଟ : ଶୁଭମ କୁମାର ପାଣି