

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଖଲ୍ଲିକୋଟ ଥାନା ଅନ୍ତର୍ଗତ ତାଳପଡା ପଞ୍ଚାୟତର ଲକ୍ଷ୍ମୀ ନାରାୟନପୁର କାଜୁ ଜଙ୍ଗଲରେ ଜଣେ ମହିଳାଙ୍କ ମୃତଦେହ ମିଳିଥିବା ସୂଚନା ମିଳିଛି । ପୋଲିସର ପ୍ରାଥମିକ ତଦନ୍ତରୁ ମହିଳା ଜଣଙ୍କ ନାମ ଲକ୍ଷ୍ମୀ ସାହୁ ବୋଲି ଜଣାପଡିଛି । ତାଙ୍କ ଘର ଗୋଳନ୍ଥରା ଅଞ୍ଚଳରେ । ତାଙ୍କ ସ୍ୱାମୀଙ୍କ ନାମ ଗୋବିନ୍ଦ ସାହୁ । ଗତକାଲି ଲକ୍ଷ୍ମୀ ସାହୁ ନିଖୋଜ ନେଇ ଲକ୍ଷ୍ମୀଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । କିଭଳି ସେ ଏଠାକୁ ଆସିଲେ ତାହା ଏ ଯାଏଁ ଜଣାପଡିନାହିଁ । ମୃତ ଦେହ ପଡିଥିବା ଖବର ପାଇ ଏସ୍ଡିପିଓ ଉତ୍କଳ କେଶରୀ ଦାସ, ଆଇଆଇସି ସୁନୀଲ କୁମାର ବେହେରା ପ୍ରମୁଖ ସେଠାରେ ପହଁଚି ତଦନ୍ତ କରୁଛନ୍ତି । ମହିଳାଙ୍କ ଶରୀରରେ ୧୫ରୁ ଉର୍ଦ୍ଧ୍ଵ ସ୍ଥାନରେ ଛୁରୀରେ ଭୁଷା ହୋଇଥିବା ଜଣାପଡିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା



