
ଜଳେଶ୍ୱର (ସମୃଦ୍ଧ ଓଡିଶା) କାତ୍ତିକ ପୂର୍ଣ୍ଣିମା ଅବସରରେତ୍ତଜଳେଶ୍ୱର ଷ୍ଟେସନ ବଜାରସ୍ଥିତ ଲକ୍ଷ୍ମୀପୂଜା ଓ କାଳୀପୂଜା କମିଟି ପକ୍ଷରୁ ଆଜି ଶୁକ୍ରବାର କମ୍ବଳ ବଣ୍ଟନ ଓ ବିଶାଳ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସକାଳେ ୧୦୦ ଜଣ ଗରିବ ଲୋକଙ୍କୁ କମ୍ବଳ ବଣ୍ଟନ କରାଯାଇଥିବା ବେଳେ ପ୍ରାୟ ଅଢେଇ ହଜାର ଲୋକ ପ୍ରସାଦ ସେବନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବଣିକ ସଂଘ ସଭାପତି ସୁଧୀର ମହାନ୍ତି, କମଳ ମଣ୍ଡଳ, ବିଜୟ ମହାନ୍ତି, ଗୁରୁପ୍ରସାଦ ଚୌରାସୀଆ, ଶଂକର ବାରିକ, ପବିତ୍ର ନାଥ, ରାଧେଶ୍ୟାମ ସାହୁ, ସନାତନ ବେହେରା, ବାପି ସର୍ମାଙ୍କ ସହିତ ବାସନ୍ତୀ ଜେନା ଓ ପରୀ ଘଡେଇ ସହଯୋଗ ଓ ସହାୟତା ପ୍ରଦାନ କରିଥିଲେ ।
ରିପୋର୍ଟ : ଭୂପତି ପରିଡା