କାଲି ମୋହନ ସରକାରଙ୍କ ବିଧିବଦ୍ଧ ଘୋଷଣା : ଆଜି ସେହି ଘୋଷଣା ରଦ୍ଦ କଲେ ନିଜେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ସମୃଦ୍ଧଓଡିଶା)୨୧।୭: ଆଜି ସକାଳେ ହଠାତ୍‌ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ପଦାର୍ପଣ ଦେଖି ଦେଖଣାହାରୀ ତାଯୁବ । ଓଡ଼ିଶା ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ରବିବାରେ ସକାଳେ ନବୀନ ନିବାସରେ ପହଞ୍ଚି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ପରେ ପରେ ରାଜ୍ୟ ମୋହନ ସରକାର ନିଜେ ମୁଖ୍ୟମନ୍ତ୍ରୀ  ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ ପରିବର୍ତ୍ତନ ହେବନି ବୋଲି କହିଛନ୍ତି । ଏହାକୁ ନେଇ ରାଜ୍ୟରେ ପୁଣି ଚର୍ଚ୍ଚା ସରଗରମ ହୋଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ପୂର୍ବ ପରି ବିଜୁ ପଟ୍ଟନାୟକଙ୍କ ନାମରେ କ୍ରୀଡ଼ା ପୁରସ୍କାର ଦିଆଯିବ। ରାଜ୍ୟ ପ୍ରତି ବିଜୁ ପଟ୍ଟନାୟକଙ୍କ ଅନେକ ଅବଦାନ ରହିଛି। ମୋ ସରକାର ବରପୁତ୍ରଙ୍କୁ ସମ୍ମାନ ଦିଏ ବୋଲି ଆଜି ରବିବାର ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରର ନାମ ବଦଳାଇ ଶନିବାର କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ ଏଣିକି ‘ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନ’ ନାମରେ ନାମିତ ହେବ ବୋଲି କୁହାଯାଇଥିଲା। ଏଥି ସହିତ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଏହି ସମ୍ମାନକୁ ନେଇ ନୂଆ ଗାଇଡ୍‌ଲାଇନ୍‌ ମଧ୍ୟ ଜାରି କରାଯାଇଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ଅମଳରେ ଏହି ପୁରସ୍କାର ଆରମ୍ଭ କରାଯାଇଥିଲା। ସେ ଏହି ପୁରସ୍କାର ତାଙ୍କ ପିତା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିଥିଲେ। ପ୍ରତିବର୍ଷ ଅଗଷ୍ଟ ୨୯ ଜାତୀୟ କ୍ରୀଡ଼ା ଦିବସରେ ଏହି ପୁରସ୍କାର ପ୍ରଦାନ କରାଯାଏ। ମୋଟ ୫ଟି ବର୍ଗରେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଏ। କାଲି ବିଧିବଦ୍ଧ ଘୋଷଣା ଆଜି ହଠାତ ୟୁ ଟର୍ଣ୍ଣ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ସରଗରମ ହୋଇଛି  ।