

ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ଲକଡାଉନ ଯୋଗୁଁ ଦୀର୍ଘ ମାସେ ହେଲା କାମ ଧନ୍ଦା ନ ପାଇ ଉପାର୍ଜନ ଶୂନ୍ୟ ହୋଇ ହିଞ୍ଜିଳିକାଟୁରେ ଲୋକେ ସର୍ବସ୍ୱାନ୍ତ ଆଡକୁ ଗତି କରୁଥିବା ବେଳେ ଗତକାଲି ଭୟଙ୍କର କାଳବୈଶାଖୀର କରାଳ ରୂପ ‘ବୋଝ ଉପରେ ଲଳିତା ବିଡା’ ଭଳି ହିଞ୍ଜିଳିକାଟୁକୁ ଆହୁରି ସର୍ବସ୍ୱାନ୍ତ କରିଦେଇଛି । ହିଞ୍ଜିଳି ସହରର ଅସ୍ଥାୟୀ ପରିବା ବଜାର, ଇଣ୍ଡୋର ଷ୍ଟାଡିୟମ ଉପଖଣ୍ଡ ଚିକିତ୍ସଳୟ, ବସଷ୍ଟାଣ୍ଡ ଆଦି ଅଞ୍ଚଳ ସହ ଗରିବ ଲୋକମାନଙ୍କର ଚାଳଛପର ଉଡି ଯାଇଥିବା ଯୋଗୁଁ ହିଞ୍ଜିଳିକାଟୁଟି ଶ୍ରୀହୀନ ହୋଇ ପଡିଛି । ଏଥିପ୍ରତି ରାଜ୍ୟ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ କ୍ଷତି ପୂରଣ ପ୍ରଦାନ କରିବାକୁ ଦାବୀ ହୋଇଛି ।
ରିପୋର୍ଟ : କିରଣ କୁମାର ପଟ୍ଟନାୟକ