‘କାଳିଆ’କୁ ବିରୋଧ କଲେ ଚାଷୀ ସଙ୍ଗଠନ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଅଲ ଇଣ୍ଡିଆ କିଷାନ୍ ସଂଘ କୋଅଡିସେନ କମିଟି ଚାଷଙ୍କ ପାଇଁ ଅଣ୍ଟା ଭିଡ଼ିଛି । ଚାଷୀଙ୍କ ପାଇଁ ରାଜ୍ୟ ସରକାର “କାଳିଆ” ଯୋଜନାକୁ ଏକ ନିର୍ବାଚନୀ ଧୂଆଁ ବାଣ ବୋଲି ଦର୍ଶାଇ ଏହାକୁ ବିରୋଧ କରିଛି । ଆସନ୍ତା ଫସଲ ଋଣ ଛାଡ଼ି ଦାବିରେ ୮ ଓ ୯ ତାରିଖ ଦୁଇଦିନ ଧରି ସଂଘ ରାଜ୍ୟର ଗ୍ରାମାଞ୍ଚଳମାନଙ୍କରେ ହରତାଲ କରିବ ବୋଲି ଘୋଷଣା କରିଛି ।୯ଟି କୃଷକ ସଙ୍ଗଠନର କୃଷକ ନେତାମାନେ ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନାକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଅଖିଳ ଭାରତ କିଷାନ ମହାସଭାର କୃଷ୍ଣଚନ୍ଦ୍ର ରାଉତ, ଅଖିଳ ଭାରତ ଅଗ୍ରଗାମୀ କୃଷକ ସଭାର ଜ୍ୟୋତିରଂଜନ ମହାପାତ୍ର, ଅଖିଳ ଭାରତ କିଷାନ ମଜଦୁର ସଭାର ଭାଲଚନ୍ଦ୍ର, ଅଖିଳ ଭାରତ କିଷାନ ମହାସଭାର ଅଶୋକ ପ୍ରଧାନ, ଚାଷୀ ମୂଲିଆ ସୁରକ୍ଷା ସଂଗ୍ରାମ ପରିଷଦରେ ନରେନ୍ଦ୍ର ମହାନ୍ତି, ଓଡ଼ିଶା କୃଷକ ସଙ୍ଗଠନର ସମନ୍ୱୟ କମିଟିର ପ୍ରଫୁଲ୍ଲ ସାମନ୍ତରା ଓ ଓଡ଼ିଶା କୃଷକ ସଭାର ସୁରେଶ ପାଣିଗ୍ରାହୀ ଏକ ମିଳିତ ବୟାନରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତିକୁ ବିରୋଧ କରିଛନ୍ତି ।ଆର୍ଥକ ବର୍ଷ ଶେଷ ହେବାକୁ ମାତ୍ର ୩ ମାସ ବାକି ରହିଥିବା ବେଳେ କାଳିଆ ପ୍ୟାକେଜ ୩ଟି ଆର୍ଥକ ବର୍ଷ ପାଇଁ ଘୋଷଣା ହୋଇଛି । ଯୋଜନା ପାଇଁ ଅର୍ଥବରାଦ ନ କରି ଓ ଏହି ଅର୍ଥ କେଉଁଠୁ ଆସିବ, ତାର ସୂଚନା ନ ଦେଇ ରାଜ୍ୟ ସରକାର ଏହି ଯୋଜନା ଘୋଷଣା କରିବା ଚାଷୀମାନଙ୍କ ପାଇଁ ପ୍ରତାରଣା ସଦୃଶ୍ୟ । ସମଗ୍ର ଦେଶରେ ୭ଟି ରାଜ୍ୟ ଏବେ ସୁଦ୍ଧା କୃଷିଋଣ ଛାଡ଼ କରିଛନ୍ତି । ନିକଟରେ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ସରକାର ଋଣ ଛାଡ଼ କରିଥିବା ବେଳେ ଛତିଶଗଡ଼ ସରକାର ଧାନକ୍ରୟ ଉପରେ ୭୫୦ ଟଙ୍କା ବୋନସ ଓ ମଧ୍ୟପ୍ରଦେଶ ସରକାର ମାସିକ ଏକହଜାର ଟଙ୍କା ପେନସନ ଘୋଷଣା କରିଛନ୍ତି । ରିପୋର୍ଟ : ଆକାଶ ମିଶ୍ର