

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ଡାଇମଣ୍ଡ ଜୁବୁଲି ଟାଉନ ହଲ ପରିସରରେ କାହ୍ନା ଚାରିଟେବଲ୍ ଟ୍ରଷ୍ଟ ପକ୍ଷରୁ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟ ମୁଖ୍ୟ ରଞ୍ଜନ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ମହାନଗର ନିଗମ କମିଶନର ଡ.ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଯୋଗଦେଇ ସମାଜସେବା ଉପରେ ଗୁରୁତ୍ୱ ଦେବାକୁ ଆହ୍ବାନ କରିଥିଲେ । ଏହି ପରିପ୍ରେକ୍ଷୀରେ ଡାକ୍ତର ସୁବାଷ ସାହୁ, ପାର୍ଥ ପାଢୀ, ଟି.ଚିରଞ୍ଜିବି, ବିଭୁତି ଭୂଷଣ ପଣ୍ଡା ପ୍ରମୁଖ ମଞ୍ଚାସିନ ଥିଲେ । ଏହି ଅବସରରେ କାହ୍ନା ଚାରିଟେବଲ୍ ଟ୍ରଷ୍ଟ ପକ୍ଷରୁ ଏକ ସ୍ମରଣିକା ଉନ୍ମଚିତ ହୋଇଥିଲା । କାହ୍ନାଙ୍କ ଫଟୋ ଚିତ୍ରରେ ଫୁଲପୁଷ୍ପ ଦିପ ଦେଇ ଆତ୍ମାଶାନ୍ତ ପାଇଁ ଏକ ମିନଟ ସମୟ ନୀରବ ପ୍ରାର୍ଥନା କରାଯାଇଥିଲା । ବିଦିଶା ପାତ୍ର ଆରମ୍ଭରେ ଗଣେଶ ବନ୍ଦନା ପରିବେଷଣ କରିଥିଲେ । ରଞ୍ଜନା ମିଶ୍ର ଟ୍ରଷ୍ଟର ବାର୍ଷିକ ବିବରଣୀ ଉପସ୍ଥାପନ କରିବା ସହିତ କୁନି କୁନି ପିଲାମାନଙ୍କ ନୃତ ଗୀତ ସହଯୋଗରେ ଅନୁଷ୍ଠିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ନିମାଇଁ ଚରଣ ପଣ୍ଡା, ସୁଧୀପ ସାହୁ, ରୂପକ ମାହାନ୍ତି, ମୃତ୍ୟୁଞ୍ଜୟ ସାହୁ, ସାଧୀନ ସାହୁ, ଦିଗାମ୍ବର ମହାରଣା, ମନୋଜ କୁମାର ପଣ୍ଡା, ସୁବରମନୁ ସୂମୀ, ଉଚିତ୍ ନାରାୟଣ ଦାସ, ଲିକୁ ଡାକୁଆ, ସାମ୍ବାଦିକଙ୍କୁ ସମ୍ମାନରେ ସମ୍ମାନିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଷ୍ନୁପ୍ରିୟା ପାଢୀ, ସସ୍ମିତା ମିଶ୍ର, ରବିନ୍ଦ୍ର ନାଥ ମିଶ୍ର, ଏ. ବିଶ୍ୱନାଥ ପାତ୍ର, କଲ୍ପନା ନାୟକ, ତମ୍ବାନା ନାୟକ, ଡ. ସନ୍ଧ୍ୟାରାଣୀ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ ।




