କାହ୍ନା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କାହ୍ନା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ଇଞ୍ଜିନୟରିଂ ସ୍କୁଲ୍ ଛକ ରାଜସ୍ୱ ସମ୍ମିଳନୀ କକ୍ଷରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ବ୍ରହ୍ମପୁରର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣି ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଜାତୀୟ ସ୍ତରରେ କରାଟେ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରି ପଦକ ଜିତିଥିବା ନବଜୀବନ ସେବାଶ୍ରମର ୯ଜଣ ଅନାଥ ଝିଅ ତଥା ସେମାନଙ୍କ ତତ୍ତ୍ୱାବଧକ ସୁଶାନ୍ତ ମହାରଣା ଏବଂ କୋଚ୍ ବାଳକୃଷ୍ଣ ରେଡ୍ଡୀଙ୍କୁ ଉପଢୌକନ, ମାନପତ୍ର ଏବଂ ପେନ୍ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟ ଅତିଥି କୁଲକର୍ଣୀ ସାର୍ ଏହି ଅନାଥ କୁନି ଝିଅ ମାନଙ୍କ ଉଜ୍ବଳ ଭବିଷ୍ୟ କାମନା କରିବା ସହ କ୍ରୀଡା କ୍ଷେତ୍ରରେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଅଧିକ ସୁନାମ ଅର୍ଜନ କରିବା ପାଇଁ ପ୍ରେରଣା ଦେଇଥିଲେ । ଟ୍ରଷ୍ଟର ସଭାନେତ୍ରୀ ଶ୍ରୀମତୀ ରଞ୍ଜନା ମିଶ୍ର ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ଏହି କମ୍ ବୟସର ଝିଅ ମାନଙ୍କ ସଫଳତା ବ୍ରହ୍ମପୁର ସହର ପାଇଁ ଗର୍ବର ବିଷୟ ବୋଲି ନିଜର ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ବହୁ ସଦସ୍ୟ/ସଦସ୍ୟା ଯଥା ରବୀନ୍ଦ୍ର ନାଥ ମିଶ୍ର, ସସ୍ମିତା ମିଶ୍ର, ଶିବାନୀ ପାଢ଼ୀ, ବିଶ୍ଵନାଥ ପାତ୍ର, ତମନା ନାୟକ, କଳ୍ପନା ନାୟକ, ଡ. ସୁରଜିତ ପାଣିଗ୍ରାହୀ, ସଂଯୁକ୍ତା ତ୍ରିପାଠୀ, ସୋନମ୍ ଦାସ୍, କେ. ଗୁରୁମୂର୍ତ୍ତି, ଶିବାନୀ ପାଢ଼ୀ, ପ୍ରିତମ୍ ଚାନ୍ଦ ତ୍ରିପାଠୀ, ରାଗିଣୀ ସାହା, ସଂଘମିତ୍ରା ତ୍ରିପାଠୀ, ସନ୍ତୋଷ ପଣ୍ଡା, ସନ୍ତୋଷ ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ । ପରିଶେଷରେ ଏହି କାର୍ଯ୍ୟକ୍ରମ ପାଇଁ ସହାୟତା ରାଶି ପ୍ରଦାନ କରିଥିବା ନିରଞ୍ଜନ ପାଳ, ଶ୍ରୀମତୀ ସସ୍ମିତା ପାଳ ଏବଂ ଅଲେଖ ପାଳଙ୍କୁ ଟ୍ରଷ୍ଟ ତରଫରୁ ଧନ୍ୟବାଦ୍ ଜ୍ଞାପନ କରାଯାଇଥିଲା ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା