
ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡା ଜିଲ୍ଳା ସଦର ମହକୁମା ଉପକଣ୍ଠ ବାରିଝୋଲା ଠାରେ ଥିବା ସ୍ଥାନୀୟ ଜୁପିଟର ବିଦ୍ୟାଳୟରେ ‘ସମସ୍ତଙ୍କ ପାଇଁ ଶିକ୍ଷା’ କାର୍ଯ୍ୟକ୍ରମଟି କିଟ୍ ଓ କିସ ସଂସ୍ଥା ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଳା ଏସ.ପି.ଡଃ.ସର୍ବଣା ବିବେକ ଏମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଶିକ୍ଷାବିତ ତଥା ସ୍ଥାୟୀ ଲୋକ ଅଦାଲତର ସଭ୍ୟ ଦୁଷ୍ମନ୍ତ କୁମାର ମହାନ୍ତି ମୁଖ୍ୟ ବକ୍ତା ଭାବେ ଏବଂ ଅନ୍ୟତମ ଅତିଥି ଭାବେ ଜୁପିଟର ବିଦ୍ୟାଳୟର ନିର୍ଦ୍ଦେଶକ ଗୋବିନ୍ଦ ରଥ, କଳିଙ୍ଗ ଟିଭିର ବ୍ୟୁରୋ ହେଡ଼ ଅମୂଲ୍ୟରତ୍ନ ସାହୁ ଓ ଜୁପିଟର ବିଦ୍ୟାଳୟର ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ । କିସ ଅନୁଷ୍ଠାନ ମାଧ୍ୟମରେ ଆଦିବାସୀ ପିଲାମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ଆଣିବାରେ ଗତ ୨୭ବର୍ଷ ଧରି ଚାଲିଥିବା ପ୍ରଚେଷ୍ଠାକୁ ସମସ୍ତେ ସାଧୁବାଦ ଓ କୃତଜ୍ଞତା ଜଣାଇଥିବା ବେଳେ ଶିକ୍ଷା ଆମର ଓ ଏହାଦ୍ୱାରା ସମାଜରେ କିପରି ପରିବର୍ତନ ଅଣାଯାଇ ପାରିବ ଏବଂ ଶିକ୍ଷା ସମସ୍ତଙ୍କ ପାଇଁ କେତେ ଜରୁରୀ ସେ ବିଷୟରେ ସମସ୍ତ ଅତିଥିମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପରିଶେଷରେ କୁଲି ଗ୍ରାମ ପଂଚାୟତର ସରପଂଚ ତଥା ଅନୁଷ୍ଠାନର ପୁରାତନ ଛାତ୍ର ହରପ୍ରସାଦ ହେପ୍ରୁକା ଶିକ୍ଷା ମାଧ୍ୟମରେ କିପରି ଜୀବନ ପରିବର୍ତନ ହୋଇଥାଏ ନିଜ ଅନୁଭୂତିଟି ପ୍ରକାଶ କରିଥିଲେ ।ଶେଷରେ କିସ’ ର ଜିଲ୍ଳା ସଂଯୋଜକ ରନିତ୍ ଶବର ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ