ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ସହରାଞ୍ଚଳରେ ବହୁ କିନ୍ନର ବସବାସ କରୁଥିବା ବେଳେ ସେମାନଙ୍କୁ ସ୍ୱାବଲମ୍ବନ କରିବା ଲାଗି ବ୍ଲକ ସ୍ତରୀୟ ଏକ କର୍ମଶାଳା ଆଜି ଶନିବାର ବ୍ଳକ ସମ୍ମିିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଡିଏସ୍ଓ ରାଜୁୱାନା କବକବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସୂଚନା ପ୍ରଦାନ କରିଥିଲେ । କିନ୍ନର ମାନେ ବିଭିନ୍ନ ସ୍ଥାନ ବୁଲି ନିଜର ନିଜର ପେଟପାଟଣାଲାଗି ହାତ ପତାଉଥିବା ବେଳେ ସରକାର ଏପରି କାର୍ଯ୍ୟରୁ ନିବୃତ ରହିବାଲାଗି ମିଶନ ଶକ୍ତି ଜରିଆରେ ଯୋଜନା ପ୍ରଣୟନ କରିିଛନ୍ତି । ସମାଜର ମୁଖ୍ୟସ୍ରୋତରେ ସେମାନଙ୍କୁ ସାମିଲ କରି ରୋଜଗାରକ୍ଷମ ହେବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ । ଆଜି ଏ ସମ୍ପର୍କରେ ଗୋଷ୍ଠି ଉନ୍ନୟନ ଅଧିକାରୀ ଦିପ୍ତିରଂଜନ ସେଠୀ, ପୌର ଅଧିକାରୀ ଅଜୟ ମହାପାତ୍ର, ବିଏସ୍ଏସ୍ଓ ତିଳୋତ୍ତମା ପଣ୍ଡା ଯୋଗ ଦେଇ କିନ୍ନର ମାନଙ୍କୁ ଟେଲରିଂ, ଡ୍ରାଇଭିଂ ଓ ପୌରପାଳିକାରେ ବିଭିନ୍ନ କାର୍ଯ୍ୟରେ ନିୟୋଜନ କରିବା ସଂପର୍କରେ ବିଭିନ୍ନ ସୂଚନା ଓ ଉଦାହରଣ ଦେଇଥିଲେ । ଏହି କାର୍ଯ୍ୟକ୍ରମେରେ କିନ୍ନର ଜିଲାସଂଘ ସଭାପତି ରାଣି ହୋସେନ୍, ସୁନି ସିଲା, ପୂଜା କିନ୍ନର, ଆରଡିଏସ୍ଏସିର ସଂପାଦକ ବିଜୟ କୁମାର ବେହେରା ଯୋଗ ଦେଇ କିନ୍ନର ମାନଙ୍କ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ଦୀର୍ଘବର୍ଷରୁ କିନ୍ନର ମାନେ ଆଧାର, ରେସନ୍ ଓ ଭୋଟ ପରିଚୟପତ୍ର ପାଇବାରୁ ବଞ୍ଚିତ ହେଉଥିବାରୁ ଏହାର ସମାଧାନ ଲାଗି କାର୍ଯ୍ୟର୍କ୍ରମ ହାତକୁୁ ନିଅଯିବାକୁୁ ଦାବି କରାଯାଇଥିଲା । ସ୍ୱୟଂ ସହାୟିକ ଗୋଷ୍ଠିମାଧ୍ୟମରେ ଋଣ ପାଇପାରିବା ସହିତ ସେମାନଙ୍କୁ ଜମିପଟା ଓ ଆବାସ ଯୋଜନାରେ ଗୃହ ଯୋଗାଇବା ଲାଗିି ଦାବି କରାଯାଇଛି ।
ରିପୋର୍ଟ : ଭୂପତି ପରିଡା