ଭୁବନେଶ୍ୱର (ସମୃଦ୍ଧ ଓଡିଶା) ପ୍ରତ୍ୟେକ ବର୍ଷ ଜ୍ୟେଷ୍ଠମାସ ଅମାବାସ୍ୟା ତିଥିରେ ସାବିତ୍ରୀ ବ୍ରତ ପାଳନ କରାଯାଏ । ଏହି ଦିନ ଓଡ଼ିଶାରେ ପ୍ରତ୍ୟେକ ସଧବା ମହିଳାମାନେ ସାବିତ୍ରୀ ବ୍ରତ ପାଳନ କରି ନିଜ ସ୍ୱାମୀଙ୍କ ଦୀର୍ଘାୟୁ ଜୀବନ କାମନା କରୁଥିବା ବେଳେ କିନ୍ନରମାନେ ଏଥିରୁ ବାଦ ପଡ଼ିନାହାନ୍ତି । ସାରା ଓଡିଶା ସମେତ ରାଜଧାନୀ ଭୁବନେଶ୍ୱରରେ କିନ୍ନରମାନେ ସାବିତ୍ରୀ ବ୍ରତ ଧୁମଧାମରେ ପାଳନ କରିବା ସହ ଗୁରୁମାନଙ୍କ ଗୋଡ ଧୋଇଦେଇ ମୁଣ୍ଡିଆ ମାରି ଆଶୀର୍ବାଦ ନେଇଛନ୍ତି । ଆଜି ଟିଜି ସୁରକ୍ଷା ଟ୍ରଷ୍ଟ ଓ ନୟାପଲ୍ଲୀ ଦୁର୍ଗାପୂଜା ସମିତି ତରଫରୁ ଏହି କାର୍ଯ୍ୟକ୍ରମ ପାଇଁ ଫଳ, ଫୁଲ, ନଡ଼ିଆ, ଧୁପ, ଶାଢ଼ୀ, ଚୁଡ଼ି ପ୍ରଦାନ କରିଥିବା ବେଳେ ଶହ ଶହ କିନ୍ନର ସେଠାରେ ପୂଜାର୍ଚ୍ଚନା କରିଥିଲେ । ଗୁରୁମାନେ ଚେଲାମାନଙ୍କୁ ଭଲରେ ରହିବା, କୌଣସି ଜାଗାରେ ବିଶୃଙ୍ଖଳା ନକରିବା, ଗୁରୁଜନ ଓ ଛୋଟମାନକୁ ସମ୍ମାନ ଦେବା, କାହାକୁ କୌଣସି ଖରାପ ବ୍ୟବହାର ନ କରିବା, ସମସ୍ତଙ୍କୁ ଦୁଃଖ ସୁଖରେ ଭାଗୀ ହେବା ଭଳି ଆଶୀର୍ବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ନିଖିଳ ଓଡିଶା କିନ୍ନର ଓ ତୃତୀୟଲିଙ୍ଗି ମହାସଂଘର ରାଜ୍ୟ ସଭାପତି ପ୍ରତାପ କୁମାର ସାହୁ, ଯୋଗ ଦେବା ସହ ଦୁର୍ଗାପୂଜା ସମିତିର ସଭାପତି ପବିତ୍ର ମୋହନ ବେହେରା ଓ କର୍ମକର୍ତ୍ତା, ବରିଷ୍ଟ ନାଗରିକ, ଟ୍ରଷ୍ଟର ସଭାନେତ୍ରୀ ମେନକା କିନ୍ନର, ବବି କିନ୍ନର, ବିଜେପି ନେତ୍ରୀ, ବନ୍ଦନା କାନୁନଗୋ, ରାଜନିବାଳା ଦାସ, ସୁଚିତ୍ରାବାଳା ପାତ୍ର, ରିୟା, ପ୍ରିୟା, ପାୟଲ, ଲକି, ମମତା, ରୀନା, ଶୁଭ, ଅନୁ, ତନିସା, ଖୁସି, ପୂଜା କିନ୍ନର ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା