କିରାଣୀ ସୂର୍ଯ୍ୟମଣି ବେହେରାଙ୍କ ବଦଳିକୁ ନେଇ ଦିଗପହଣ୍ଡି ପ୍ରାଥମିକ ଶିକ୍ଷକ ମହଲରେ ଅସନ୍ତୋଷ: ବଦଳି ବାତିଲ କରିବାକୁ ଦାଵୀପତ୍ର ପ୍ରଦାନ …

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଜନୈକ କିରାଣୀ ସୂର୍ଯ୍ୟମଣି ବେହେରାଙ୍କ ଅନ୍ୟତ୍ର ବଦଳି ହୋଇଯାଇଥିବାରୁ ପ୍ରାଥମିକ ଶିକ୍ଷକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ସୂର୍ଯ୍ୟମଣି ଜଣେ କର୍ତ୍ତବ୍ୟନିଷ୍ଠ, ଦକ୍ଷତାପୂର୍ଣ୍ଣ, ନିଷ୍ଠବାସୀ, ସମୟାନୁବର୍ତ୍ତିତା କିରାଣୀ ରୂପେ ଶିକ୍ଷକ ସମାଜରେ ପ୍ରିୟପାତ୍ର ହୋଇ ରହିଥିଲେ । ପ୍ରାଥମିକ ଶିକ୍ଷକ ମାନଙ୍କୁ ସେ ଭଲ ପାଉଥିବାରୁ ସେମାନଙ୍କ କୌଣସି କାମ ସ୍ଥଗିତ ରଖୁ ନଥିଲେ । କୌଣସି ଶିକ୍ଷକ ତାଙ୍କୁ ଅନୁରୋଧ କରିବା ପୂର୍ବରୁ ସେହି କାମ ସାରିଦେଉଥିଲେ । ତେଣୁ ଶିକ୍ଷକମାନେ ମଧ୍ୟ ତାଙ୍କ କର୍ତ୍ତବ୍ୟକୁ ପ୍ରସଂଶା କରୁଥିଲେ । ବର୍ତ୍ତମାନ ମାର୍ଚ୍ଚ ଆସିବାକୁ ଆଉ ମାତ୍ର ଦୁଇମାସ ରହିଥିବା ବେଳେ ତାଙ୍କ ବଦଳି ବିଭାଗକୁ ସ୍ଥାଣୁ କରିଦେବା ବୋଲି ଶିକ୍ଷକ ସମାଜରେ ଭାଳେଣି ପଡ଼ିଲାଣି । ସର୍ବ ଶିକ୍ଷା ଅଭିଯାନ ସମେତ ଦରମା ବିଲି କରିବା ଆଦି ଅନେକ କିଛି କାମ ଶିକ୍ଷକ ମାନଙ୍କର ମାର୍ଚ୍ଚ ମାସରେ ହୋଇଥାଏ । ପୁଣି ଅବସର ନେଇଥିବା ଅନେକ ଶିକ୍ଷକଙ୍କର ପେନସନ କାଗଜ ପତ୍ର ପ୍ରସ୍ତୁତି କରିବା ଇତ୍ୟାଦି କାମ ପଡିଥାଏ । ଠିକ ଏହି ସମୟରେ ଜଣେ ସୁଦକ୍ଷ କିରାଣୀଙ୍କୁ ବଦଳି କରାଯାଇଥିବାରୁ କାମ ନିଶ୍ଚିତ ଭାବେ ଅବହେଳିତ ତଥା ସ୍ଥଗିତ, ଧିମେଇ ଯିବାର ସମ୍ଭାବନାକୁ ଏଡେଇ ଦିଆଯାଇପାରିବ ନାହିଁ ବୋଲି ଶିକ୍ଷକ ସମାଜରେ ସମସ୍ୟା ସୃଷ୍ଟି ହୋଇଛି । ତେଣୁ ତାଙ୍କ ବଦଳିକୁ ବାତିଲ କରିବାକୁ ଦିଗପହଣ୍ଡି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଦାମୋଦର ପାଢ଼ୀଙ୍କ ନେତୃତ୍ୱରେ ସମ୍ପାଦକ ଗଣେଶ ଚନ୍ଦ୍ର ପାଢ଼ୀ ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଲିଖିତ ଭାବେ ବ୍ଲକ ଶିକ୍ଷାଧିକାରୀଙ୍କ ଜରିଆରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଦାବୀ ଜଣାଇଛନ୍ତି ।

ରିପୋର୍ଟ : ପାର୍ଥସାରଥୀ ରେଡ୍ଡୀ