କୁଆଁସ ମଙ୍ଗଳା ପୀଠରେ ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ

ଦଶରଥପୁର(ସମୃଦ୍ଧଓଡିଶା) ଗାନ୍ଧୀ ଜୟନ୍ତୀ ଅବସରରେ ଯାଜପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ଆଜି ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଦଶରଥପୁର ବ୍ଲକ ଡାହାଣହତା ପଞ୍ଚାୟତସ୍ତ ମା କୁଆଁସ ମଙ୍ଗଳା ପୀଠଠାରେ ଯାଜପୁର ଜିଲ୍ଲା ବିଯୁଜନତା ଦଳର ଜିଲ୍ଲା ସଭାପତି ସରୋଜ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଯାଜପୁର ବିଧାୟକ ସୁଜାତା ସାହୁ, ସମ୍ମାନିତ ଅତିଥିଭାବେ ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ, ଯାଜପୁରର ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ, ବରିଷ୍ଠ ବିଜେଡି ନେତା କର୍ଣ୍ଣାଟ କେଶରି ଦାସ, ଜିଲ୍ଲା ପରିଷଦ ସଭ୍ୟ ପାର୍ଥସାରଥୀ ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟା ମନସ୍ବିନୀ ଦାସ, ମାମିନା ମଲ୍ଲିକ, ଡାହାଣହତା ପଞ୍ଚାୟତର ସରପଞ୍ଚ ପଦ୍ମାବତୀ ବିଶ୍ୱାଳ, ବ୍ଲକ ବିଜେଡି ସଭାପତି ଅଜୟ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ରାଜ୍ୟରେ ବିଯୁଜନତା ଦଳର ସରକାର ଥିବା ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଯାହା କହୁଥିଲେ ତାହା ସାଧାରଣ ଲୋକମାନଙ୍କ ପାଇଁ କାର୍ଯ୍ୟକାରୀ କରୁଥିବା ବେଳେ ବର୍ତ୍ତମାନର ମୋହନ ମାଝୀ ସରକାର ଲୋକ ମାନଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ସରକାରକୁ ଆସିବା ପରେ ଜନସାଧାରଣ ମାନଙ୍କୁ ପ୍ରତାରିତ କରୁଛନ୍ତି ବୋଲି ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ କହିଥିଲେ | ଆଜିର ଏହି ଜନସମ୍ପର୍କ କାର୍ଯ୍ୟକ୍ରମରେ ଦଶରଥପୁର ବ୍ଲକ ଯାଜପୁର ନିର୍ବାଚନ ମଣ୍ଡଳୀର ୨0 ଗୋଟି ପଞ୍ଚାୟତରୁ ପ୍ରାୟ ୫ ହଜାରରୁ ଉର୍ଦ୍ଧ କର୍ମୀ ଯୋଗ ଦେଇଥିଲା ବେଳେ କର୍ମୀ ମାନଙ୍କୁ ଗାଁକୁ ଯାଇ ସାଧାରଣ ଲୋକ ମାନଙ୍କ ସମସ୍ୟା ବୁଝିବା ପାଇଁ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ କହିବା ସହ ଯାଜପୁରର ବିକାଶ ପାଇଁ ମୁଁ ମୋର ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ କାର୍ଯ୍ୟ କରିବି ଓ ଏଥିରେ ଯେତେ ଯିଏ ବାଧା ସୃଷ୍ଟି କଲେବି ମୁଁ ମୋର ଲକ୍ଷରୁ କେବେ ବିଚ୍ୟୁତ ହେବି ନାହିଁ ବୋଲି ଶ୍ରୀଦାସ ମତବ୍ୟକ୍ତ କରିଥିଲେ |ଶେଷରେ ବ୍ଲକ ଅଧକ୍ଷ ଦିଗାମ୍ବର ମଲ୍ଲିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |

ରିପୋର୍ଟ : ରଜତ ମହାପାତ୍ର