
ନବରଙ୍ଗପୁର(ସମୃଦ୍ଧଓଡିଶା)କୁଢ଼ କୁଢ଼ ୫୦୦ଟଙ୍କିଆ ନୋଟ ରଖିଥିବା ଉପଜିଲ୍ଲାପାଳ ଭିଜିଲାନ୍ସ ଦ୍ୱାରା ଆଜି ଗିରଫ ହୋଇଛି I ଗତ କାଲି ସକାଳୁ ସକାଳୁ ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଘରେ ଭିଜିଲାନ୍ସ ପଶିଥିଲା । ନବରଙ୍ଗପୁର ଭୁବନେଶ୍ୱର ଓ ଭଦ୍ରକରେ ଥିବା ତାଙ୍କ ଘରେ ଏକକାଳୀନ ୯ ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଥିଲା I ଗଦା ଗଦା ୫୦୦ଟଙ୍କିଆ ନୋଟ ଦେଖି ଭିଜିଲାନ୍ସ ତାଯୁବ ହୋଇଥିଲା I ନିଜେ ଭିଜିଲାନ୍ସ ଏସପି ତାଙ୍କ ଭୁବନେଶ୍ୱର ଘରେ ପହଞ୍ଚି ଛାନଭିନ କରିଥିଲେI ପ୍ରଶାନ୍ତଙ୍କ ପଡ଼ୋଶୀଙ୍କ ଛାତରୁ ମିଳିଥିଲା ୩ କୋଟିରୁ ଅଧିକ ଟଙ୍କାର ୫୦୦ଟଙ୍କିଆ ନୋଟ ବକ୍ସ । ଯାହାକୁ ଦେଖି ଭିଜିଲାନ୍ସ ଅଧିକାରୀ ଆଶ୍ଚଯ୍ୟ ହୋଇଯାଇଥିଲେ । ଭୁବନେଶ୍ୱର କାନନବିହାର ସ୍ଥିତ ଘରେ ଚଢ଼ାଉ ବେଳେ ପଡ଼ୋଶୀ ଘର ଛାତରୁ ୫୦୦ ଟଙ୍କିଆ ଭର୍ତ୍ତି ୬ଟି ପେଟି ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଉପଜିଲ୍ଲାପାଳଙ୍କ ସରକାରୀ ବାସଭବନ, କାର୍ଯ୍ୟାଳୟ, ଭଦ୍ରକ ସ୍ଥିତ ପୈତୃକ ଘର, ଭୁବନେଶ୍ୱର ସ୍ଥିତ କାନନ ବିହାର ଘର ସମେତ ୯ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉରେ ଭିଜିଲାନ୍ସ ବିଭାଗର ୯ଟି ଟିମ୍ ସାମିଲ ହୋଇଥିଲେ । ପ୍ରଶାନ୍ତ ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକରେ ବିଡ଼ିଓ ଭାବେ କାର୍ଯ୍ୟ କରୁଥିବା ବେଳେ କୌଣସି କାମ ପାଇଁ ବିରିପାଣି ପଞ୍ଚାୟତର ଜଣେ ଅଧିକାରୀଙ୍କ ଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ରେଡହାଣ୍ଡେଡ ଭିଜିଲାନ୍ସ ହାତରେ ଧରାପଡ଼ି ଜେଲ ଯାଇ ଥିଲେ। ହେଲେ ଏବେ ତାଙ୍କର ବିଭିନ୍ନ ସ୍ଥାନରୁ କୋଟି କୋଟି ୫ ଶହ ଟଙ୍କିଆ ନୋଟ ଜବତ କରିଛି ଭିଜିଲାନ୍ସ I ୫ ଶହ କୋଟିରୁ ଅଧିକ ଆୟ ବହିର୍ଭୁତା ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ଆଜି ଏଭଳି ଏକ ଚରିତ୍ରବାନ ଦେଶଦ୍ରୋହୀଙ୍କୁ ଗିରଫ କରିଛି ଭିଜିଲାନ୍ସ I ଓଡ଼ିଆ ଲୋକମାନେ ଭଲଭାବରେ ପେଟକୁ ଖାଇବାକୁ ମୁଠେ ପାଉନଥିବା ବେଳେ ଘରେ କୁଢ଼ କୁଢ଼ ୫୦୦ଟଙ୍କିଆ ନୋଟ ଗଦା କରିଥିବା ଏଭଳି ଦୁର୍ନୀତି ଗ୍ରସ୍ତ ବ୍ୟକ୍ତିଙ୍କୁ ସରକାର ଏଭଳି ଏକ ଗୁରୁତ୍ୱ ପୂର୍ଣ, ଦାଇତ୍ୱ ସମ୍ପର୍ଣ ପଦବୀରେ ଅବସ୍ଥାପିତ କରିବା ଆଦୌ ସମ୍ମୁଚୀନ ନୁହେଁ ବୋଲି ବୁଦ୍ଧିଜୀବୀ ମହଲ ଅସନ୍ତୋଷ ପ୍ରକାଶ କରିଛି I ପ୍ରଶାନ୍ତ ତ ଗୋଟିଏ ଛୋଟିଆ ଅଫିସର ଆହୁରି ଅନେକ ବଡବଡିଆ ଅଫିସର ଏ ରାଜ୍ୟରେ ରହି ଲୁଟ କରିଛନ୍ତି ସେମାନଙ୍କୁ ଚିହ୍ନଟ କରି ତୁରନ୍ତ ପର୍ଦାଫାଶ କରିବାକୁ ବୁଦ୍ଧିଜୀବୀ ମହଲ ଦାବି କରିଛନ୍ତି I