କୁନ୍ଦୁଲି ପୀଡ଼ିତା ଦଳିତ ଝିଅ ବୋଲି ନ୍ୟାୟ ମିଳିଲା ନାହିଁ : ଦଳିତ ନେତା ମେୱାନି

ଭୁବନେଶ୍ୱର (ସମୃଦ୍ଧ ଓଡିଶା ) କେନ୍ଦ୍ରର ଏନଡିଏ ସରକାର ହେଉ କିମ୍ବା ରାଜ୍ୟର ବିଜେଡି ସରକାର କେହି ଦଳିତ ପାଇଁ ଚିନ୍ତା କରୁନାହାନ୍ତି । କେବଳ ଭୋଟ ନେବା ପାଇଁ ଭୂତାଉଛନ୍ତି । ଦଳିତଙ୍କୁ ଅଧିକାର ହାସଲ କରବାକୁ ହେଲେ ରାସ୍ତାକୁ ଓହ୍ଲାଇବାକୁ ପଡ଼ିବ ବୋଲି ଦଳିତ ନେତା ତଥା ଗୁଜରାଟର ବିଧାୟକ ଜିଗ୍ନେଶ ମେୱାନି କହିଛନ୍ତି । ସ୍ୱାଧୀନତା ସଂଗ୍ରାମ ପଡି଼ଆଠାରେ ସମ୍ମାନ, ସ୍ୱାଭିମାନ ଓ ସମ୍ବିଧାନ ସମାବେଶରେ ଯୋଗଦେଇ ଶ୍ରୀ ମେୱାନି କହିଥିଲେ ଯେ, କୁନ୍ଦୁଲି ପୀଡ଼ିତା ସରକାରଙ୍କୁ ନ୍ୟାୟ ମାଗିଥିଲା । ସେ ଦଳିତ ଝିଅ ବୋଲି ତାକୁ ନ୍ୟାୟ ଦେଲେ ନାହିଁ । ଯେଉଁଥିାଇଁ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲା । ଯେ ପର୍ଯ୍ୟନ୍ତ କୁନ୍ଦୁଲି ପୀଡ଼ିତାକୁ ନ୍ୟାୟ ନ ମିଳିଛି ସେ ପର୍ଯ୍ୟନ୍ତ ସେ ବାରମ୍ବାର ଓଡ଼ିଶା ଆସିବେ ବୋଲି କହିଛନ୍ତି । ସମୟ ଆସିଛି ଅଧିକାର ପାଇଁ ଆଦିବାସୀ, ଦଳିତ ଓ ପଛୁଆ ବର୍ଗ ରାସ୍ତାକୁ ଆସିବା ଦରକାର । କେବଳ ସିିପିଆଇ, ସିିପିଏମ, ବହୁଜନ ସମାଜ ପାର୍ଟି, ଆରଜେଡି ଓ କଂଗ୍ରେସ ଏକାଠି ହୋଇଛନ୍ତି । ଦଳିତଙ୍କୁ ଅଧିକାର ଦେବା ପାଇଁ ଏକଜୁଟ ହୋଇ ନ୍ୟାୟ ଦେଇପାରିଲେ ଏକାଠି ହେବାର ସାର୍ଥକତା ହେବ ବୋଲି ସେ କହିଛନ୍ତି । ଏହି ସମାବେଶରେ ପୂର୍ବତନ ସାଂସଦ ବିଭୁ ତରାଇ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ, ଦଳିତ, ଆଦିବାସୀ ଓ ପଛୁଆ ବର୍ଗର ବିକାଶ ନ ହେଲେ ଦେଶର ବିକାଶ ଅସମ୍ଭବ ।ସାମାଜିକ, ଆର୍ଥକ କ୍ଷେତ୍ରରେ ରହିଥିବା ପଛୁଆ ବର୍ଗର ଉନ୍ନତି ପାଇଁ କଂଗ୍ରେସ ସଦାସର୍ବଦା ତାର ସଂଗ୍ରାମ ଜାରି ରଖିି ଆସିଛି । ଜାତିର ପିତା ମହାତ୍ମାଗାନ୍ଧିଙ୍କଠାରୁ ଆମ୍ବେଦକରଙ୍କ ପର୍ଯ୍ୟନ୍ତ ଦଳିତ, ଆଦିବାସୀ ଓ ପଛୁଆ ବର୍ଗର ଉନ୍ନତି ପାଇଁ ଯେଉଁ ସାମ୍ବିଧାନିକ ବ୍ୟବସ୍ଥା କରି ଦେଇଯାଇଛନ୍ତି, ବର୍ତମାନ କେନ୍ଦ୍ରରେ ଥିବା ଏନଡିଏ ସରକାର ସେମାନଙ୍କୁ ଅଧିକାରରୁ ବଂଚିତ କରୁଛି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । କଂଗ୍ରେସର ଅନୁସୂଚିତ ଜନଜାତି ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ସମାବେଶରେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଯେ ପର୍ଯ୍ୟନ୍ତ ଜାତ୍ରିଥା ରହିବ ସେ ପର୍ଯ୍ୟନ୍ତ ଦଳିତଙ୍କୁ ଉପଯୁକ୍ତ ସମ୍ମାନ ମିଳିବ ନାହିଁ । ଏକଥା ଆମ୍ବେଦକର ଓ ଗାନ୍ଧି ଦେଶବାସୀଙ୍କୁ ଏହି ବାର୍ତା ଦେଇଥିଲେ । ସ୍ୱାଧୀନତା ପରେ ଦଳିତମାନେ ମୁଖ୍ୟତଃ କଂଗ୍ରେସ ସାଥୀରେ ଥିଲେ । କାରଣ କଂଗ୍ରେସ ହେଉଛି ଧର୍ମନିରପେକ୍ଷତାର ଦଳ । ଗୋଟିଏ ପାଖେ ଦେଶର ଗରିବି ହଟାଇବା ପାଇଁ ଇନ୍ଦିରା ଗାନ୍ଧି ଆହ୍ୱାନ ଦେଇଥିଲେ । ଅନ୍ୟ ପଟେ ସାଧାସଳଖ ଜାତିକୁ ନେଇ ଦଳ ରାଜନୀତି କରିବା ସମ୍ଭବ ନଥିଲା । ଏବେ ଦଳିତ ସମାଜ ଓ କଂଗ୍ରେସ ପରସ୍ପରକୁ ଆବଶ୍ୟକତା ମନେ କରନ୍ତି । କଂଗ୍ରେସ ବିନା ଦଳିତର ଅଧିକାର ବିଜେପି ହାତରେ ଦୁର୍ବଳ ହୋଇଥିବାବେଳେ ଅତ୍ୟାଚାର ବୃଦ୍ଧି ପାଇଛି । କେବଳ ସେତିକି ନୁହେଁ ସଂରକ୍ଷଣ ବ୍ୟବସ୍ଥା ଉଠାଇବାକୁ ଷଡଯନ୍ତ୍ର ଅବ୍ୟାହତ ରହିଥିବାବେଳେ ଆଇନର ପରିବର୍ତନ କରିବାକୁ ଚକ୍ରାନ୍ତ ଶେଷ ହୋଇନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଓଡ଼ିଶାରେ ଦଳିତମାନେ ଅର୍ଥନୈତିକ ଦୃଷ୍ଟିକୋଣରୁ ଅନେକ ପଛରେ ଅଛନ୍ତି । କେବଳ ଏକ ଜାତିଭିତିକ ପ୍ରଶ୍ନ ନୁହେଁ ଦଳିତର ବିକାଶ ନ ହେଲେ ଓଡ଼ିଶାର ବିକାଶ ସମ୍ଭବ ନୁହେଁ ବୋଲି ବକ୍ତାମାନେ କହିଥିଲେ । ଏହି ସମାବେଶରେ କଂଗ୍ରେସର ଦଳିତ ସେଲ୍ ଅଧ୍ୟକ୍ଷ ବିଭୁ ତରାଇ ଅଧ୍ୟକ୍ଷତା କରିଥିବାବେଳେ ଜିଗ୍ନେଶ ପଟେଲ ମୁଖ୍ୟ ବକ୍ତା ଭାବେ ଦେଶରେ ଦଳିତଙ୍କ ଉପରେ କିଭଳି ଅତ୍ୟାଚାର ବିଜେପି ଶାସନରେ ବଢ଼ିଛି, ତାହା ଉଲ୍ଲେଖ କରିଥିଲେ । ଏହି ସମାବେଶରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ଜୟଦେବ ଜେନା, ଶରତ ପଟ୍ଟନାୟକ ଯୋଗଦେଇଥିବାବେଳେ ଦଳର କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି, ସିିଆଇର ବରିଷ୍ଠ ନେତା ରାମକୃଷ୍ଣ ପଣ୍ଡା, ସିିପିଏମ୍ର ଜନାର୍ଦ୍ଦନ ପତି, ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା ପ୍ରମୁଖ ଦଳିତ ଓ ପଛୁଆ ବର୍ଗକୁ ନ୍ୟାୟ ଦେବା ପାଇଁ ସଂଗ୍ରାମ ଜାରି ରହିବ ବୋଲି ଆହ୍ୱାନ ଦେଇଥିଲେ ।

ରିପୋର୍ଟ : ଆକାଶ ମିଶ୍ର