

ଫୁଲନଖରା(ସମୃଦ୍ଧଓଡିଶା) ବାରଙ୍ଗ ବ୍ଲକ ଅନ୍ତର୍ଗତ କୁରାଙ୍ଗ ଶାସନ ଗ୍ରାମପଞ୍ଚାୟତ ରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ବିଡିଓ ଧର୍ମରଞ୍ଜନ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ରୋହିଣି ଭୋଇ କଂ ନେତୃତ୍ବରେ ଜଗନ୍ନାଥ ମନ୍ଦିର ପରିସର ସଫେଇ କରାଯାଇଥିଲା ଏବଂ ବିଦ୍ୟାଳୟ ପିଲାମାନଙ୍କର ସ୍ୱଚ୍ଛତା ଅଭ୍ୟାସ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଯନ୍ତ୍ରୀ ବେଳାଭୂମି ସାହୁ, ପିଇଓ ରାଜଲକ୍ଷ୍ମୀ ଭୂୟାଁ, ଏଡ଼ିଇଓ କିରଣ ସାହୁ ବିଧାୟକ ପ୍ରତିନିଧି ଧିରେନ୍ଦ୍ର ବାରିକ ସାଂସଦ ପ୍ରତିନିଧି ଦିଲ୍ଲିପ ପାତ୍ର, ଅଙ୍ଗନୱାଡି କର୍ମୀ ସ୍ୱୟଂ ସହାୟିକା ଦଳ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ବ୍ଲକ ସମ୍ବଳ ସଂଯୋଜକ ମହେନ୍ଦ୍ର ବେହେରା ପରିଚାଳନା କରିଥିଲେ ।
ରିପୋର୍ଟ : ରଜତ ମହାପାତ୍ର