
ବୁଗୁଡା (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ଜଗତପାଟଣା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟି ଦୁଇ ଭାଇ କୂଅ ସଫା କରିବାକୁ ଯାଇ ଶ୍ଵାସରୁଦ୍ଧ ହୋଇ ଶନିବାର ଦିନ ଅପରାହ୍ନରେ ପ୍ରାଣ ହରାଇଛନ୍ତି । ଘଟଣାରୁ ଜଣା ପଡିଛିଯେ ଜଗତପାଟଣା ଗ୍ରାମର ଟୁକୁନା ପ୍ରଧାନ ଓ କୈଳାଶ ପ୍ରଧାନ ଦୁଇଭାଇ ନିଜ ଘରର ବାରିପଟେ ଥିବା କୂଅକୁ ସଫା କରିବା ପାଇଁ କୂଅ ଭିତରକୁ ଯିବାପରେ ଶ୍ଵାସରୁଦ୍ଧ ହୋଇ ଚିତ୍କାର କରି ପ୍ରାଣ ହରାଇଥିଲେ । ଚିତ୍କାର ଶୁଣି ଆଉ ଜଣେ ବ୍ୟକ୍ତି କୂଅ ଭିତରେ ଥିବା ଦୁଇ ଭାଇଙ୍କ ଉଦ୍ଧାର କରିବାକୁ ଯାଇ ସେ ମଧ୍ୟ ଗୁରୁତର ଅବସ୍ଥାରେ ଚିକିତ୍ସା ହେଉଥିବା ଜଣାପଡିଛି । ଖବର ପାଇ ଜଗନ୍ନାଥ ପ୍ରସାଦ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଭାଇ ଟୁକୁନା ଓ କୈଳାଶଙ୍କ ମର ଶରୀରକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।
ରିପୋର୍ଟ : ଡ଼ଃ କୁମୁଦ ଚନ୍ଦ୍ର ବେହେରା