ଭଞ୍ଜନଗର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଜଗନ୍ନାଥପାଟଣା ଗ୍ରାମରେ ଆଜି ସନ୍ଧ୍ୟାରେ ଘଟିଯାଇଛି ଏକ ଦୁଃଖଦ ଓ ଅଭାବନୀୟ ଘଟଣା । ନିଜ ବାରିପଟରେ ଥିବା କୂଅ ଭିତରକୁ ଯାଇ ସଫା କରୁଥିବା ବେଳେ ଦୁଇ ଭାଇ ଟୁକୁନା ଓ କୈଳାସ ପ୍ରଧାନ ସ୍ୱାଶରୁଦ୍ଧ ହୋଇ ଚିତ୍କାର କରି ମୃତ୍ୟୁ ବରଣ କରିଛନ୍ତି । ଚିତ୍କାର ଶୁଣି ଅନ୍ୟ ଜଣେ ବ୍ୟକ୍ତି ମୃତକ ଦୁଇଭାଇଙ୍କୁ ସାହାଯ୍ୟ କରିବାକୁ କୂଅ ଭିତରକୁ ଯାଇ ସେ ମଧ୍ୟ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ ଜଗନ୍ନାଥପ୍ରସାଦ ପୋଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି ।
ରିପୋର୍ଟ – ନିଲୁ ବିଷୋୟୀ