

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କେନ୍ଦ୍ରର ମୋଦି ସରକାରଙ୍କ ଦ୍ୱାରା ପ୍ରଣିତ ତିନୋଟି କଳା କୃଷି ଆଇନ ବିରୋଧରେ ଆନ୍ଦୋଳନ ରତ କୃଷକ ସଂଘଠନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡ଼ାକରାକୁ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ସମ୍ପୁର୍ଣ୍ଣ ସମର୍ଥନ କରିଛନ୍ତି । ଏହି ଅବସରରେ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନାଙ୍କ ନିର୍ଦ୍ଦେଶ କ୍ରମେ ଆଜି ବ୍ରହ୍ମପୁର କଂଗ୍ରେସ କାର୍ଯ୍ୟାଳୟରୁ ଭାରତ ବନ୍ଦ ଡ଼ାକରା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଭାରତ ବନ୍ଦ ପାଇଁ ଗାଡ଼ି ଚଳାଚଳ ବନ୍ଦ ରହିଥିବା ବେଳେ ଟ୍ରେନ ଚଳାଚଳ ସ୍ଵାଭାବିକ ଥିଲା । ଆଉ କିଛି ଦୋକାନ ଖୋଲା ଥିବାବେଳେ ଆଉ କିଛି ଦୋକାନ ବନ୍ଦ ରହିଥିଲା । ବନ୍ଦ ଡ଼ାକରାକୁ ସଫଳ କରିବା ପାଇଁ ନୁଆଁ ବସଷ୍ଟାଣ୍ଡ, ପୁରୁଣା ବସଷ୍ଟାଣ୍ଡ, ଗେଟ ବଜାର, ହରିଡ଼ା ଖଣ୍ଡି, ଷ୍ଟେଟ ବ୍ୟାଙ୍କ ଛକ ସମେତ ବ୍ରହ୍ମପୁର ସହରର ପ୍ରମୁଖ ସ୍ଥାନରେ ବାଇକ ରାଲି କରି ଖୋଲାଥିବା ଦୋକାନକୁ ବନ୍ଦ କରାଯାଇଥିଲା । ତେବେ ବନ୍ଦ ଡ଼ାକରା ସଫଳ ହୋଇଥିବା କଥା କହିଛନ୍ତି ଜିଲ୍ଲା ମହିଳା ସଭାନେତ୍ରୀ ସ୍ୱରୂପା ତ୍ରିପାଠୀ । ଏହି କାର୍ଯ୍ୟକ୍ରମରେ ସ୍ୱରୂପା ତ୍ରିପାଠୀ, ବିସ୍ମୟ ମହାପାତ୍ର ବୃନ୍ଦାବନ ଖଟେଇ, ପ୍ରମିତ ରଂଜନ ମହାପାତ୍ର, ଦେବାଶିଷ ମହାନ୍ତି, କେ.ଗାତା, ପ୍ରଭାକର ତ୍ରିପାଠୀ, ସଂଗ୍ରାମ ରାଉତ, ଅରୁଣ ରାଓ, ସୁନିଲ ସୁଆର, ସିଦ୍ଧାନ୍ତ ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା






