କେଦାରପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରରେ ୭୦ତମ ସାଧାରଣତନ୍ତ୍ର ଦିବସ ପାଳିତ…

କେଦାରପୁର (ସମୃଦ୍ଧ ଓଡିଶା) କେଦାରପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରରେ ୭୦ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପୀନାଥ ପଟ୍ଟାନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠତି ହୋଇଥିଲା । ପ୍ରଥମେ ଗ୍ରାମରେ ପ୍ରଭାତୀ ଫେରେ ଗ୍ରାମ ପରିକ୍ରମା କଲା ପରେ ଗ୍ରାମର ଗୌରୀ ପାଠାଗାର ଠାରେ ପତାକା ଉତ୍ତୋଳନ ପ୍ରଧାନ ଶିକ୍ଷକ ମହୋଦୟ କରିଥିଲେ । ତାପରେ ବିଦ୍ୟାଳୟ ପରିସର ମଧ୍ୟରେ ଗ୍ରାମର ବରିଷ୍ଠ ୱାର୍ଡ ମେମ୍ବର ଅର୍ଜୁନ ରଣା ପତାକା ଉତ୍ତୋଳନ କରିଥିଲେ । ଏହାପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ସେଥିରେ ସାଧାରଣତନ୍ତ୍ର ବିଷୟରେ କୁହାଯାଇ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତର ସୁନାଗରିକ ଏବଂ ଭଲ ପାଠ ପଢିବା ସହ, ଗ୍ରାମର ପରିମଳ ଓ ପରିବେଶ ଉପରେ ଗୁରୁତ୍ୱ ଆରୋପ କରିବା ପାଇଁ ଅବଗତ କରାଯାଇଥିଲା । ଏଥିସହ “ମୋ ସ୍କୁଲ ଶ୍ରେଷ୍ଠ ସ୍କୁଲ” ବିଷୟରେ ପୁରାତନ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରାଯାଇଥିଲା । ଏଥିରେ କାର୍ଯ୍ୟକ୍ରମରେ ପୁରାତନ ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ । ଏହି ବୈଠକରେ ଆଶା ରଣା, ଅର୍ଚନା ରଣା, ଜି. ସ୍ୱାତୀ ଦୋରା ସ୍ୱାଗତ ଭାଷଣ ଦେଇଥିଲେ । ଏଲ. କୃଷ୍ଣମୃତ୍ତି ଦୋରା, ରାମଚନ୍ଦ୍ର ସେଠି, ପ୍ରଭାକର ଘଢେଇ, ଶୁଭଶ୍ରୀ ସାହୁ ସଭା ପରିଚାଳନା କରିଥିଲେ ।

ରିପୋର୍ଟ : ଗୋପୀନାଥ ପଟ୍ଟାନାୟକ