କେନାଲ କାମ କଦର୍ଯ୍ୟ କରି ଛାଡି ଦେଇଥିବା ଅଭିଯୋଗ : ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି…

ପଦ୍ମପୁର (ସମୃଦ୍ଧ ଓଡିଶା) ସଂପ୍ରତି ପାଇକମାଲ ସ୍ଥିତି ସମୀକ୍ଷା କଲେ ପାଇକମାଲ ସହରର ରାସ୍ତା, ବିଜୁଳି, ପଞ୍ଚାୟତ ସମିତିର ଉନ୍ନୟନ କାମ ଅତି ନିମ୍ନ ମାନର ହେଉଛି । ପାଇକମାଲ ସହରର ବିଜୁ ଏକ୍ସପ୍ରେସ ୱେର କାମ ଚାଲୁଥିବା ବେଳେ କେଉଁଠାରେ ଅତି ସଂଙ୍କୁଚିତ ହେଉଥିବାର ପରିଲକ୍ଷିତ ହେଉଛି । ବର୍ତ୍ତମାନର ସ୍ଥିତିରେ ପାଇକମାଲ ନିବୋଦୟ ଛକ ସାମନାରେ ପିଡ୍ଯୁଡି ବିଭାଗ ତରଫରୁ କେନାଲ କାମ ଚାଲୁଥିବା ବେଳେ ସଂପୃକ୍ତ ଠିକାଦାର ନବୋଦୟ ଛକର ବାମ ପାର୍ଶ୍ଵରେ ଅତି କଦର୍ଯ୍ୟ କରି ଛାଡି ଦେଇଛନ୍ତି । ଯଦ୍ବାରା ପାଖରେ ଥିବା ଦୋକାନୀମାନେ ଦୋକାନ ଖୋଲି ପାରୁ ନାହାନ୍ତି । ଏ ପରିସ୍ଥିତିରେ ଲୋକମାନେ ଏହି ରାସ୍ତାରେ ଏକ ପୋଲ ମାଧ୍ୟମରେ ଯିବା ଆସିବା କରୁଛନ୍ତି । ଏହାର ନିରାକରଣ ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳି ପାରୁନାହିଁ ବୋଲି ଅଭିଯୋଗ ହୋଇଛି । ଏହାସହ କରୋନା ପାଇଁ ଦୋକାନୀମାନେ କିଛି ସମୟ ଦୋକାନ ଖୋଲି ଜୀବିକା ଅର୍ଜନ କରୁଥିବା ବେଳେ ଏପରି ସ୍ଥିତିରେ ପେଟ ପାଟଣା ପାଇଁ ସଂଘର୍ଷ କରୁଥିବା ଦୋକାନୀ କରିବେ କଣ ? ଏଣୁ ଏହାର ବିହିତ ପଦକ୍ଷେପ ନେବା ପାଇଁ ଜନ ସାଧାରଣଙ୍କ ତରଫରୁ ଦାବି କରାଯାଇଛି ।

ରିପୋର୍ଟ – ନିରୋଜ କୁମାର ପାଣୀ