

ଛତ୍ରପୁର (ସମୃଦ୍ଧ ଓଡିଶା) ସାରା ଦେଶରେ କରୋନା ଭୁତାଣୁ ସଂକ୍ରମଣର କାୟା ବିସ୍ତାର ଫଳରେ ଭାରତ ସରକାର ୨୧ ଦିନିଆ ଲକ୍ ଡାଉନ୍ ଘୋଷଣା କରିଥିଲେ କିନ୍ତୁ ଏହା ନିୟନ୍ତ୍ରଣ ନ ହେବା ଯୋଗୁଁ ପୁଣି ଏହାର ସମୟ ଅବଧି ମେ ୩ ପଯ୍ୟନ୍ତ ବଢାଇ ଦେଇଛନ୍ତି । ଯାହା ଫଳରେ ସୁରତରେ କଳକାରଖାନା ବନ୍ଦ ରହିବାରୁ ଓଡ଼ିଆ ଶ୍ରମିକମାନେ କାମ ଧନ୍ଦା ପାଇଲେ ନାହିଁ । ଆଉ ମଧ୍ୟ ଗାଡ଼ି ମଟର ଓ ଟ୍ରେନ ବନ୍ଦ ରହି ଯିବାରୁ ସେମାନେ ଘରକୁ ଫେରିବା ଅସମ୍ଭବ ହୋଇଗଲା । ସେଠାରେ ଯେଉଁ ଓଡ଼ିଆ ଲୋକମାନେ ରହିଲେ ସେମାନଙ୍କ ପାଖରେ ଯାହା ଟଙ୍କା ପଇସା ଥିଲା ସବୁ ସରି ଯିବାରୁ ନ ଖାଇ ନ ପିଇ ଭୋକ ଉପବାସରେ ରହିଥିବା ଖବର ପ୍ରସାରିତ ହେଲା । ସେମାନେ ସମସ୍ତଙ୍କୁ ୱାର୍ଟସପ ତଥା ସୋସିଆଲ ମିଡିଆରେ ଭିଡିଓ କରି ଦୁଃଖ ଜଣାଇଲେ । ତଥାପି କେହି ବୁଝିଲେ ନାହିଁ । ଶେଷରେ ଏହି ବିଷୟରେ ହିଞ୍ଜିଳିକାଟୁ ବ୍ଲକ୍ ରାଳବ ଗ୍ରାମର ସମାଜସେବୀ ମାନବ ପ୍ରେମୀ ନୀଳ ଭଉଳଙ୍କୁ ଦୁଃଖ ଜଣାଇବାରୁ ସେ ଏହି ସମୟରେ ଦେବଦୂତ ସାଜି ସେମାନଙ୍କୁ ସାହାଯ୍ୟ କଲେ ବୋଲି ଜଣାପଡିଲା । ଅନ୍ୟ ଏକ ସମାଜସେବୀ ନିରଞ୍ଜନ ପାଣିଗ୍ରାହିଙ୍କ ଜରିଆରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ଜଣାଇବାରୁ ସେ ଗୁଜୁରାଟର ପ୍ରଶାସନକୁ ଖବର ଦେବାରୁ ସେମାନଙ୍କ ପାଖରେ ଖାଦ୍ୟ ସାମଗ୍ରୀ ଡାଲି, ଚାଉଳ ଓ ତେଲ ୧୫ ତାରିଖରେ ପହଞ୍ଚିଲା ।ପୁଣି ଆଜି ୮୦ ପକେଟ୍ ସେମାନଙ୍କ ପାଖରେ ପହଞ୍ଚିଲା ବୋଲି ଜଣାପଡିଛି । ଫଳରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଓ ସମାଜସେବୀ ନିରଞ୍ଜନ ପାଣିଗ୍ରାହୀ ଏବଂ ନୀଳ ଭଉଳଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
