ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବିଭିନ୍ନ ଦାବିନେଇ ଆଜି ଆଠଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନର ମିଳିତ ଆହ୍ୱାନରେ ଦୁଇ ଦିନିଆ ଭାରତ ବନ୍ଦ ଡାକରା ସମଗ୍ର ଦେଶକୁ ପ୍ରଭାବିତ କରିଛି । ଏହି ବନ୍ଦ ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ଚାଲିବ । ଏହି ବନ୍ଦର ପ୍ରଭାବ ପୁରା ଭାରତରେ ଦେଖିବାକୁ ମିଳିଛି । ଏହି ବନ୍ଦରେ କେବଳ ବ୍ୟାଙ୍କ ନୁହେଁ, ବସ, ଟ୍ରେନ, ଅଟୋ ସେବା ବନ୍ଦ ରହିବା ସହିତ ବଜାର ଓ ଅନ୍ୟ ସରକାରୀ ବେସରକାରୀ କାରବାର ମଧ୍ୟ ପ୍ରଭାବିତ ହୋଇଛି । ଏହି ବନ୍ଦରେ କୋଟି କୋଟିଟଙ୍କାର କାରବାର ତଥା ରାଜସ୍ବ ସରକାର ହରାଇବାର ସମ୍ଭାବନା ରହିଛି । ଏହି ଆନ୍ଦୋଳନ ହେବାର ମୁଖ୍ୟକାରଣ ହେଉଛି ଦେଶରେ ଦରଦାମ ବୃଦ୍ଧି ଆଇନ ଶୃଙ୍ଖଳା ପରିସ୍ଥିତିରେ ଜନସାଧାରଣ ଅତିଷ୍ଠ ହେଲେଣି । ଶ୍ରମିକ କର୍ମଚାରୀଙ୍କର ଆଇନଗତ ଅଧିକାରିକୁ ଛିନ୍ନ କରିବା ପାଇଁ ଏନ.ଡି.ଏ ସରକାରଙ୍କ ତରଫରୁ ଧାରା ବାହିକ ଭାବେ ଉଦ୍ୟମ ଚାଲିଛି । ଆଇ.ଏନ୍.ଟି.ୟୁ.ସି., ସି.ଆଇ.ଟି.ୟୁ., ଏ.ଆଇ.ଟି.ୟୁ.ସି, ଏଚ୍.ଏମ୍.ଏସ୍ ସମେତ ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ତରଫରୁ ୮ ଓ ୯ ଜାନୁଆରୀ, ନରେନ୍ଦ୍ର ମୋଦୀଙ୍କ ଶାସନରେ କେନ୍ଦ୍ର ସରକାର ୫୬ ମାସ କ୍ଷମତାରେ ରହିବା ପରେ ବି ତାଙ୍କର ଚରମ ବିଫଳତା ପ୍ରକାଶ ପାଇଛି । ଡିସେମ୍ବର ୨୦୧୭ ମସିହା ପର୍ଯ୍ୟନ୍ତ ଦେଶରେ ୪୦ କୋଟି ୭୯ ଲକ୍ଷ ଲୋକ କାମ କରୁଥିଲେ ବୋଲି ରେକର୍ଡରୁ ପ୍ରକାଶ । ମାତ୍ର ୨୦୧୮ ଡିସେମ୍ବରରେ ଏହି ସଂଖ୍ୟା କମି ୩୯ କୋଟି ୭୦ ଲକ୍ଷରେ ପହଞ୍ଚିଛି । ଏହାକୁ ନେଇ ତୀବ୍ର ପତିକ୍ରିୟା ଦେଖା ଦେଇଛି ତେବେ ସାରା ଦେଶରେ ଏହି ଧର୍ମଘଟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଓଡ଼ିଶାର ସମସ୍ତ ସରକାରୀ ଓ ଘରୋଇ ବିଦ୍ୟାଳୟକୁ ଛୁଟି ଘୋଷଣା କରିବା ପାଇଁ କହିଛନ୍ତି କିନ୍ତୁ ୯ ତାରିଖରେ ସ୍କୁଲଗୁଡ଼ିକ ବନ୍ଦ ରହିବ କି ନାହିଁ ତାହା ସୂଚନା ଆଜି ଦିଆଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ କୁମାର ମହାପାତ୍ର । ତେବେ ୮ରେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡିକ ମଧ୍ୟ ବନ୍ଦ ରହିଥିବା ବେଳେ ବ୍ରହ୍ମପୁର ସହରର ରେଳ ଷ୍ଟେସନ, ପୂରୂଣା ବସଷ୍ଟାଣ୍ଡ ଭଳି ଜନ ଗହଳିପୂର୍ଣ୍ଣ ଅଂଚଳଗୁଡିକ ଶୁନଶାନ ହୋଇଯାଇ ଥିବା ଦେଖିବାକୁ ମିଳିଛି । ଆଖପାଖ ଅଂଚଳର ଲୋକେ ବ୍ୟବସାୟ କରିବା ପାଇଁ ବ୍ରହ୍ମପୁର ସହର ଉପରେ ନିର୍ଭର କରୁଥିବାରୁ ଗମନାଗମନ ବ୍ୟବସ୍ଥା ବାଧାପ୍ରାପ୍ତ ହେବାରୁ ବ୍ୟବସାୟ ଠପ୍ ହୋଇଯାଇଛି । ସରକାରଙ୍କୁ ଏହି ଧର୍ମଘଟ ଦୃଢ ଭାବରେ ପ୍ରଭାବିତ କରିବ ବୋଲି ଜଣାଯାଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା