

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) କେନ୍ଦ୍ର ସରକାରଙ୍କ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସି ଖଜୁରୀପଦା ଠାରେ, ଭାରତୀୟ ଜନତା ପାର୍ଟିର ଏକ ସାଧାରଣ ସଭାରେ ଯୋଗଦେଇ ସମ୍ଭୋଦୀତ କରି ଏହି ଅବସରରେ ଅର୍ଥ ଦେଇ ନେତାଙ୍କୁ କିଣୁଛନ୍ତି, ଖଣି ଦୁର୍ନୀତି, ଚିଟଫଣ୍ଡ ଠକେଇ, ତିତିଲି ସହାୟତା ଅର୍ଥ, ପିସି କାରବାର ବିଷୟରେ ସରକାରୀ ଦଳକୁ ନିନ୍ଦା କରିଛନ୍ତି । ଏଥିସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଇଥିଲେ । ପୂର୍ବତନ ବିଧାୟକ ଭରତ ପାଇକ, ପ୍ରଭାରୀ ସରୋଜ ସାବତ, ଜିଲ୍ଲା ସଭାପତି ଜି ରାବଣା, ମହିଳା ମୋର୍ଚ୍ଚାର ଅଧ୍ୟକ୍ଷା ସୁପ୍ରଭା ମଣ୍ଡଳ, ଅନିତା ରାଣୀ ବେହେରା, ପ୍ରମୁଖ ଯୋଗ ଦେଇଥିଲେ ।
ରିପୋର୍ଟ : ସୁଜିତ ପ୍ରଧାନ


