

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଏକ ଦେଶ ମେ ଦୋ ବିଧାନ, ଦୋ ପ୍ରଧାନ ନହିଁ ଚଲେଗା ବିଜେପି ସ୍ଲୋଗାନ ଦେଇ ଆସୁଥିବା ବେଳେ ଆଜି ନରେନ୍ଦ୍ର ମୋଦି ସରକାରଙ୍କ ଐତିହାସିକ ପଦକ୍ଷେପ ଜାମ୍ମୁ କାଶ୍ମିରୀରୁ ୩୭୦ ଓ ୩୫-ଏ ଧାରା ଉଚ୍ଛେଦ ସହିତ ଜାମୁ କାଶ୍ମୀର ଓ ଲଦାଖକୁ ଦୁଇଟି ପୃଥକ କେନ୍ଦ୍ର ସାଶିତ ଅଂଚଳ ଭାବେ ଘୋଷଣା କରିଥିବାରୁ ସାରା ଭାରତ ବର୍ଷର ଜନସାଧାରଣ ଏହି ପଦକ୍ଷେପକୁ ସ୍ୱାଗତ କରିଥିବା ବେଳେ ବିଜେପି କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରେ ଉତ୍ସାହର ଲହରୀ ଖେଳି ଯାଇଛି । କେନ୍ଦ୍ର ସରକାରଙ୍କ ଉଲ୍ଲେଖନୀୟ ପଦକ୍ଷେପକୁ ସ୍ୱାଗତ କରି ଆଜି ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ତରଫରୁ ସମସ୍ତ କାର୍ଯ୍ୟକର୍ତ୍ତା ଗାନ୍ଧୀ ନଗର ସ୍ଥିତ ଜିଲ୍ଲା କାର୍ଯ୍ୟାଳୟଠାରେ ଏକତ୍ରିତ ହେବା ସହ ଉତ୍ସବ ପାଳନ କରିଛନ୍ତି । କାର୍ଯ୍ୟକର୍ତ୍ତା ମାନେ ବାଣ ଫୁଟାଇବା ସହିତ ମିଠା ବଣ୍ଟନ କରିଥିଲେ । ଭାରତ ମାନଚିତ୍ରରେ ଭାରତର ନିକଟ ଜାମୁ କାଶ୍ମିରୀକୁ ପ୍ରକୃତ ମାନ୍ୟତା ପ୍ରଦାନ କରାଯାଇଛି । ଦେଶ ସ୍ୱାଧୀନ ହେବା ପରଠାରୁ ବିଭିନ୍ନ ରାଜନୈତିକ ଷଡଯନ୍ତ୍ର ଦ୍ୱାରା ଦେଶରୁ ଭିନ୍ନ ଭାବେ ପରିଗଣିତ କରି ଜାମ୍ମୁ କାଶ୍ମୀର ହୋଇପାରୁ ନଥିଲା ଆଜି ସେ ସବୁରେ ପୂର୍ଣ୍ଣଛେଦ ପଡିଛି ଓ ଆଜିଠାରୁ ଜାମ୍ମୁ କାଶ୍ମୀର ପ୍ରତିଟି କ୍ଷେତ୍ରରେ ଦେଶର ଅନ୍ୟାନ୍ୟ ରାଜ୍ୟ ସହ ସମକକ୍ଷ ହୋଇପାରିବ ଏଣୁ ଜାମ୍ମୁ କାଶ୍ମୀର ସହ ସମ୍ପୂର୍ଣ୍ଣ ଭାରତ ପ୍ରକୃତରେ ସ୍ୱାଧୀନତା ପାଇଛି ବୋଲି ଆଜିର ଏହି ଅବସରରେ ନିଜର ମତ ରଖି ଜିଲ୍ଲା ସଭାପତି କାହ୍ନୁ ଚରଣ ପତି ଖୁସି ପ୍ରକଟ କରିଛନ୍ତି । ଏହି ଅବସରରେ ରାଜ୍ୟ ସମ୍ପାଦକ ବିଭୁତି ଜେନା ଓ ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ଯୋଗଦେଇ ସମଗ୍ର ଭାରତ ବର୍ଷର ଜନସାଧାରଣଙ୍କ ଦୀର୍ଘ ଦିନର ଆଶା ଓ ଆକାଂକ୍ଷା କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦୀୟ ସଭାପତି ତଥା ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦୃଢ ନେତୃତ୍ୱ ବଳରେ ଏହା ସମ୍ଭବ ହୋଇପାରିଛି ବୋଲି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜେଶ ସାହୁ, ସୁନୀଲ କୁମାର ସାହୁ, ପ୍ରଭାତ ଷଡ଼ଙ୍ଗୀ, ପ୍ରବୀର ପାତ୍ର, ଶରତ ସାହୁ, ଅମୁଲ୍ୟ ଚୌଧୁରୀ, ମଦନ ମୋହନ ପାତ୍ର, ଗଙ୍ଗାଧର ଶତପଥୀମ, ପ୍ରଦୀପ ମିଶ୍ର, ଏନ.ରାଜେନ୍ଦ୍ର କୁମାର, ଶିବ ପ୍ରସାଦ ପାତ୍ର, ପ୍ରଦୀପ ଶତପଥୀ, ଡି. କରୁଣାକର, ସୁନୀଲ ପାତ୍ର, ଭାବଗ୍ରାହୀ ପାଳ, ରଜତ ପଣ୍ଡିତ, ମଧୁସୂଦନ ସାହୁ, ପ୍ରଫୁଲ୍ଲ ପାଣିଗ୍ରାହୀ, ଶିବ ଅଧିକାରୀ, ସରୋଜ ସାବତ, ଏସ.ଶ୍ରୀନିବାସ ରାଓ, ବିନାୟକ ରଥ, ଗୌରୀ ମହାନ୍ତି, ବିଜୟ ପଣ୍ଡା, ସନ୍ତୋଷ ପାଣିଗ୍ରାହୀ, ସୂର୍ଯ୍ୟ ନାହାକ, ଟି.ରବିକିରଣ, ଏସ.ରାଣୀ, ସୁବାସିନୀ ପଟ୍ଟନାୟକ, ନମିତା ପଣ୍ଡା, ରାମ ପାତ୍ର, ଟି.ଏଲ. ଏ ଆଚାରୀ, ସରୋଜ ପାତ୍ର, ମନୋଜ ପଟ୍ଟନାୟକ, ତୁମ୍ବେଶ୍ୱର ନାୟକ, ସୁଜାତା ବିଷୋୟୀ, ଶିବ ନାୟକ, ରାମନାଥ ଗନ୍ତାୟତ, ଏସ.ରାଜା ରାଓ, ସୁବାସ ସାହୁ, ସୁଶୀଳା ମଲ୍ଲିକ, ମାନିନୀ ଦେବୀ, ପ୍ରଶାନ୍ତ ମହାରଣା, ରବି ନାରାୟଣ ସାବତ ପ୍ରମୁଖଙ୍କ ସମେତ ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

