

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଡିଆରଡି ଛକଠାରେ ଗଞ୍ଜାମ ଜିଲ୍ଲାର କେଶରୀଆ ହିନ୍ଦୁ ବାହିନୀର ସହପ୍ରଭାରି ବୃନ୍ଦାବନ ବେହେରାଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅତୁଲ ମିଶ୍ରଙ୍କୁ ଫୁଲ ପୁଷ୍ପ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର କେଶରୀଆ ହିନ୍ଦୁ ବାହିନୀର ଦିଲୀପ ଦାସ, ସନ୍ତୋଷ ସାହୁ, ଅରୁଣ ପାଣିଗ୍ରାହୀ, ଦେବେନ୍ଦ୍ର ସାହୁ, ବୃନ୍ଦାବନ ବେହେରା ପ୍ରମୁଖଙ୍କ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସ୍ୱାଗତ ଜଣାଇଥିଲେ । ଏହାସହ ତାଙ୍କୁ ପଇଡ଼ ପାଣି ପିଇବା ପାଇଁ ଦେବା ସହ ବ୍ରହ୍ମପୁର ଅଭିମୁଖେ ପାଛୁଟି ନେଇଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

