

ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡ଼ ଜିଲ୍ଲାର ମୁନିଗୁଡ଼ାଠାରେ କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ ଜୟପୁର ପକ୍ଷରୁ ଗ୍ରାହକମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଶାଖା କାର୍ଯ୍ୟାଳୟ ନିକଟରେ ଏଟିଏମ୍ ସେବା କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଶାଖା ପ୍ରବନ୍ଧକ ଭବାନୀପ୍ରସାଦ ପାତ୍ରଙ୍କ ସଂଯୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସମବାୟ ସମିତି ସମୂହ ନିବନ୍ଧକ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଡ଼ଃ ତ୍ରିବିକ୍ରମ ପ୍ରଧାନ, କେସିସିବି ଜୟପୁର ସଭାନେତ୍ରୀ ଡ଼ଃ ଇନ୍ଦିରା ନନ୍ଦ, ଉପ ସଭାପତି ତଥା ରାଜ୍ୟ ସମବାୟ ସମିତି ମହାସଂଘ ସଭାପତି ହେମନ୍ତ ନାୟକ, ସଦସ୍ୟ ଶିରି କୁମ୍ବୁକା, ଓଡ଼ିଶା ସମବାୟ ସେବା ଅଧିକାରୀ ଉପନିବନ୍ଧକ ମେରିଜନ ବାଗେ, ସଂପାଦକ ଅନନ୍ତକୁମାର ସାମଲ ପ୍ରମୁଖ ଉପସ୍ଥିତ ରହି ଉକ୍ତ ସେବାକୁ ଲୋକାର୍ପିତ କରିଥିଲେ । ବ୍ୟାଙ୍କ ନିର୍ଦେଶକ ରାଜକିଶୋର ନାୟକ, ରାଜେଶ ଜାନୀ, ଉପନିବନ୍ଧକ ଭକ୍ତବନ୍ଧୁ ସାହୁ, ପରିଚାଳନା ନିର୍ଦେଶକ ଲକ୍ଷ୍ମୀକାନ୍ତ ନାୟକ, ଶମ୍ଭୁଚରଣ ଦଳବେହେରା, ନବୀନ ବେହେରା, ଶିବଶଙ୍କର ସାହୁ, କୋଷାଧ୍ୟକ୍ଷ ରମାକାନ୍ତ ପରିଚ୍ଛା, ହିସାବ ରକ୍ଷକ ଦାଶରଥୀ ପାଢ଼ିଙ୍କ ସମେତ ଶାଖା କାର୍ଯ୍ୟାଳୟର କର୍ମଚାରୀ ବୃନ୍ଦ ଉତ୍ସବାନୁଷ୍ଠାନ ପରିଚାଳନାରେ ସହାୟତା ବକରିଥିଲେ । ଜନସାଧାରଣଙ୍କ କ୍ରମବର୍ଦ୍ଧିଷ୍ଣୁ ଚାହିଦା ପୂରଣ ଦିଗରେ ଏହା ଯଥେଷ୍ଟ ସହାୟକ ହେବ ବୋଲି ଆଶା କରାଯାଇଛି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ