କୋଟ ସାହି ବଙ୍ଗା ଗ୍ରାମରେ ଆଦିବାସୀଙ୍କ ପାରମ୍ପାରିକ ଉତ୍ସବ ଅନୁଷ୍ଠିତ …

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ କୋଟ ସାହି ଗ୍ରାମ ପଞ୍ଚାୟତରେ ବଙ୍ଗା ଆଦିବାସୀ ସାହି ପଡିଆରେ ଆଦିବାସୀମାନଙ୍କ ପାରମ୍ପାରିକ ନାଚ, ଗୀତ ଓ ବଳଦ ନଚାଣ ଉତ୍ସବ ଗତକାଲି ଅନୁଷ୍ଠିତ ହୋଇଯାଇଅଛି । ଏହି ଉତ୍ସବରେ ଜଳେଶ୍ୱର ବ୍ଲକ ଉପାଧ୍ୟକ୍ଷ ବ୍ରଜ ମୋହନ ପ୍ରଧାନ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥିଭାବେ କୋଟ ସାହି ଗ୍ରାମ ପଞ୍ଚାୟତ ସମିତି ସଭ୍ୟଙ୍କ ପ୍ରତିନିଧି ରାଧାଶ୍ୟାମ ନାଥ, ସମାଜ ସେବୀ ନଗେନ୍ଦ୍ର ଜେନା, ଣଜିତ ପରିଡା ପ୍ରମୁଖ ଅଂଶ ଗ୍ରହଣ କରି ଆଦିବାସୀମାନଙ୍କୁ ଉତ୍ସାହିତ କରିଥିଲେ । ଗ୍ରାମ୍ୟ ମୁଖ୍ୟ ରାବଣ ଟୁଡୁ ଅତିଥି ଓ ପାଖା ପାଖି ଗ୍ରାମରୁ ଆସିଥିବା ଦର୍ଶକମାନଙ୍କୁ ଶୃଙ୍ଖଳାର ସହିତ ଆୟୋଜିତ କରିଥିଲେ । ଆଦିବାସୀମାନେ ତାଙ୍କର ନାଚ, ଗୀତ ଓ ପାରମ୍ପରିକ ବଳଦ ନଚାଣ ଲୋକଙ୍କୁ ଆକର୍ଶୀତ କରିଥିଲେ ଏବଂ ମାଦଳ ବାଜା ମାଧ୍ୟମରେ ମହିଳାମାନଙ୍କ ନାଚ ଖୁବ ଆକର୍ଶୀତ ହୋଇଥିଲା । ଏହି ଉତ୍ସବ ୩ ଦିନ ଧରି ଚାଲିବ ବୋଲି ଜଣ ପଡିଛି ।

ରିପୋର୍ଟ : ବିଭୁତି କୁମାର ପରିଡା