ଢେଙ୍କାନାଳ (ସମୃଦ୍ଧ ଓଡିଶା) ଜିଲ୍ଲା କୋଠା ବାଡ଼ି ନିର୍ମାଣ ତଥା ଅନ୍ୟାନ୍ୟ ଅସଂଗଠିତ ଶ୍ରମିକ ସଙ୍ଘ ଓ ଗ୍ରାମ୍ୟ ଜନ ମଙ୍ଗଳ କମିଟି ଢେଙ୍କାନାଳ ଆନୁକୂଲ୍ୟରେ ଏକ ଗୁରୁତ୍ୱପୁର୍ଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଗରିବ ଚାଷୀ ତଥା ଶ୍ରମିକ ଶ୍ରେଣୀ ବର୍ଗର ଲୋକମାନଙ୍କୁ କିପରି ସରକାରୀ କଳରେ ପାଇବାକୁ ଥିବା ବିଭିନ୍ନ ଯୋଜନା ମାଧ୍ୟମରେ ଉପକୃତ ନକରାଇ ନିଷ୍ପେସିତ କରା ଯାଉଅଛି । ଜିଲ୍ଲାରେ ୧୦୦୦୦ ପରିବାର ତଥା ଢେଙ୍କାନାଳ ବିଧାନସଭାର ପ୍ରାୟ ୪୦୦୦ ପରିବାର ଏହି ସଂଗଠନ ରେ ସାମିଲ ଅଛନ୍ତି । ଆଗକୁ ହେବାକୁ ଥିବା ସାଧାରଣ ନିର୍ଵାଚକୁ ଦୃଷ୍ଟିରେ ରଖି ନିଜର ମତ ସାବ୍ୟସ୍ତ କରିବା ପୂର୍ବରୁ ନିଜକୁ ତଥା ସମାଜକୁ ପରିବର୍ତନ କରିବାର ଏକ ବାର୍ତା ସଦୃଶ ସଙ୍ଘ ଓ କମିଟିରେ ନିଷ୍ପତି ନେଇ ଅଛି । ଏଥର ନିର୍ବଚନରେ ପ୍ରତିଦ୍ବନ୍ଦିତା କରୁଥିବା ୩ ପ୍ରମୁଖ ପୁରାତନ ଭାଗିଦାରିରେ ଦଳ ବଦଳ ନେତାଙ୍କୁ ସହଯୋଗ ନକରି ଏକ ସ୍ୱଚ୍ଛ ନିର୍ମଳ ଓ ଦୁର୍ନୀତି ମୁକ୍ତ ଦଳ ତଥା ସ୍ୱଚ୍ଛ ବିଚାର ଧାରା ଏବଂ ପରାଉପକାରୀ କର୍ମଠ ବ୍ୟକ୍ତି ବିଶେଷ ଭାବେ ଶ୍ରୀ ଆଶିଷ କୁମାର ମିଶ୍ରଙ୍କୁ ସମର୍ଥନ ଦେବାର ନିଷ୍ପତି ନିଆଯାଇଛି । ବିଗତ ୧୦ ବର୍ଷ ହେଲା ଏହି ସରକାରୀ ସ୍ୱୀକୃତି ପ୍ରାପ୍ତ ଶ୍ରମିକ ନିଜର ସଦସ୍ୟ ମାନଙ୍କୁ ସେବା ଯୋଗେଇ ଆସୁଛି । କିନ୍ତୁ ବଡ ଦୁଖର ବିଷୟ ସଂଘର ନିଜସ୍ୱ କାର୍ଯ୍ୟାଳୟ ଅଦ୍ୟାବଧି ନଥିବାରୁ ମାର୍ଗଦର୍ଶକ ସାଜି ଯାଇଥିବା ଆପ ବିଧାୟକ ପ୍ରାର୍ଥୀ ଆଶିଷ ମିଶ୍ର ସେଠାରେ ଏକ ନିଜସ୍ୱ କାର୍ଯ୍ୟାଳୟ ଗୃହ କରାଇଦେବାର ପ୍ରତିଶୃତି ଦେଇଥିଲେ । ଏପରି ପ୍ରତିଶୃତି ମିଳିଥିବାରୁ ସଂଘର କର୍ମକର୍ତା ଓ ସମସ୍ତ ସଦସ୍ୟ କରତାଳି ଏବଂ ହୁଳହୁଳି ଦେଇ ସ୍ୱାଗତ କରିଥିଲେ । ଏହି ସଭାର ପରିଚାଳନା ସଂଘ ସଭାପତି ସୁଧାକର ବେହେରା କରିଥିଲେ, ଏହି ସଭାରେ ସମ୍ପାଦକ ନିରଞ୍ଜନ ରାଉତ, ଉପସଭାପତି ପୁର୍ଣ ଦାସ, କୋଷାଧକ୍ଷ କରୁଣାକର ନାଏକ, ତଥା ରୁଦ୍ରାଚରଣ ସାହୁ ସହଯୋଗ କରିଥିଲେ. ଶେଷରେ ସଂଘ ଉପଦେଷ୍ଠା କାମଦେବ ସେଠୀ ସମସ୍ତଙ୍କୁ ଏକଜୁଟ ହୋଇ ସଂଘକୁ ଆଗେଇ ନେବାରେ ସାହାଯ୍ୟ କରିବା ପାଇଁ ଅନୁରୋଧ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି