ଗଞ୍ଜାମ (ସମୃଦ୍ଧ ଓଡିଶା) ଆଜି ଠାରୁ ଗଞ୍ଜାମ ଜିଲ୍ଲା କୋଦଳା ଅଞ୍ଚଳକୁ ପାଞ୍ଚଦିନିଆ ସଟଡାଉନ ଘୋଷଣା କରିଛି ପ୍ରଶାସନ । ଏହାରି ଭିତରେ ଜିଲ୍ଳା ପ୍ରଶାସନ, କୋଦଳା ଏନଏସି ଏବଂ ତହସିଲର ପ୍ରତ୍ୟକ୍ଷ ତତ୍ଵାବଧାନରେ ଆରମ୍ଭ ହୋଇଛି ଥର୍ମାଲ ସ୍କ୍ରିନିଙ୍ଗ ଟେଷ୍ଟ । ଏହି କାର୍ଯ୍ୟକ୍ରମରେ ପାଞ୍ଚ ଜଣିଆ ଆୟୁଷ ଡାକ୍ତର ଟିମ୍ ସହିତ ପନ୍ଦର ଜଣିଆ ଅଙ୍ଗନବାଡି କର୍ମୀ ନିୟୋଜିତ ହୋଇଥିବା ଜଣାପଡିଛି । ଏହି ଟିମ ପ୍ରତ୍ୟେକ ସାହି ଏବଂ ଗଳିରେ ପଶି ଘର ଘରକୁ ଯାଇ ପ୍ରତ୍ୟେକ ଲୋକଙ୍କ ଡାକ୍ତରଙ୍କ ଦ୍ଵାରା ସ୍କ୍ରିନିଙ୍ଗ କରାଇବା ସହ ବ୍ଲଡ ପ୍ରେସର, ଡାଇବେଟିସ, ପଲସ, କରୋନା ସଂକ୍ରମିତ ପାଇଁ ଉଦ୍ଧିଷ୍ଟ ସିମ୍ଟମ୍ ଚେକ୍ କରିବା ସହିତ ସେମାନଙ୍କ ରେକର୍ଡ୍ସ ପଞ୍ଜିକରଣ କରି ରଖାଯାଉଥିବା ଜଣାପଡିଛି । ଗୋହିରିନାଳ ସାହିଠାରେ ଆୟୁଷ ଡାକ୍ତର ସଞ୍ଜୟ କୁମାର ସାହୁ ଓ ଅଙ୍ଗନବାଡି କର୍ମୀ ସବିତା ପାଢ଼ୀ ନିଜ ଟିମ୍ ସହିତ ସ୍କ୍ରିନିଙ୍ଗ ଟେଷ୍ଟ କରୁଥିବା ସମୟରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି କୋଦଳା ତହସିଲଦାର ପ୍ରଭାତ କୁମାର ପରିଡାଙ୍କ ସହ ସ୍କ୍ରିନିଙ୍ଗ ଟେଷ୍ଟ କାର୍ଯ୍ୟ କେମିତି ଚାଲିଛି ତାହା ତଦାରଖ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା