

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଓଡ଼ିଆ ଭଣ୍ଡାରୀ ସାହି ଗାନ୍ଧୀ ଛକ ଠାରେ ୩୬ତମ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି । କୋଭିଡ କଟକଣା ଦୃଷ୍ଟିରୁ ଚଳିତ ବର୍ଷ ଏହି ପୂଜା ନିରାଡ଼ମ୍ବର ଭାବରେ ପାଳିତ ହୋଇଛି । ତେବେ ପରମ୍ପରା ଅନୁଯାୟୀ ମା’ ଗଜଲକ୍ଷ୍ମୀଙ୍କ ପୂଜା ୭ ଦିନ ଧରି ଅନୁଷ୍ଠିତ ହେବ ବୋଲି ପୂଜା କମିଟିର ସଦସ୍ୟ ପ୍ରକାଶ କରିଛନ୍ତି । ପ୍ରତେକ ବର୍ଷ ଏକ ହଜାର ଦୀପଦାନ ହେବା ସହ ଅରଣପ୍ରସାଦର ବ୍ୟବତା ହେଉଥିଲା ଚଳିତ ବର୍ଷ କରନା କଟକଣା ଯୋଗୁ ସମ୍ପୂର୍ଣ୍ଣ ଦୀପଦାନ ଓ ଅର୍ଣ୍ଣ ପ୍ରସାଦ ବ୍ୟବସ୍ତା ବନ୍ଦ କିରାଯାଇଛି । ଏହି ପୂଜାରେ ବାବୁନା ବେହେରା, ପ୍ରସାଦ ଗୌଡ଼, ରଘୁନାଥ ପାଣିଗ୍ରାହୀ, ପ୍ରଭାତ ପାତ୍ର, ସୁରେଶ ପରିଛା ପ୍ରମୁଖ ସହଯୋଗ କରିଛନ୍ତି ।