

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲାରେ ଦ୍ରୁତଗତିରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏଥିସହ କରୋନା ମୁକାବିଲା କାର୍ଯ୍ୟରେ ନିୟୋଜିତ କରୋନା ଯୋଦ୍ଧା କରୋନାରେ ଆକ୍ରାନ୍ତ ହେଉଛନ୍ତି । ସେମାନେ କାର୍ଯ୍ୟ କଲାବେଳେ ମାସ୍କ, ଗ୍ଳୋବ୍ସ, ପିପିଇ କିଟ୍ ଓ ଆଇ ପ୍ରୋଟେକ୍ସନ ଗ୍ଲାସର ଅବଶ୍ୟକତା ରହିଛି । ତେବେ ଅଭାବ ଯୋଗୁ ଆଇ ପ୍ରୋଟେକ୍ସନ ଗ୍ଲାସ ସମସ୍ତ କରୋନା ଯୋଦ୍ଧା ବ୍ୟବହାର କରିପାରୁନାହାନ୍ତି । ଏଥିପାଇଁ ସମରଝୋଳସ୍ଥିତ ଶଙ୍କର ଚକ୍ଷୁ ହସ୍ପିଟାଲ ପକ୍ଷରୁ ୨୦୦ ଆଇ ପ୍ରୋଟେକ୍ସନ ଗ୍ଲାସ ସୋମବାର ଡିଆରଡିଏ ପିଡି ଇଂ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି । ଏହି ସମୟରେ ଶଙ୍କର ହସ୍ପିଟାଲର ଚକ୍ଷୁ ବିଶେଷଜ୍ଞ ବି. ପି. ସାମଲ, ପିଆର୍ଓ ଓକିଲ ବି. ଶ୍ରୀନିବାସ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

