ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲାରେ କରୋନା ସ୍ଥିତି ଅସମ୍ଭାଳ ହୋଇ ପଡିଥିବା ବେଳେ ଗଞ୍ଜାମ ସହରର କିଛି ବ୍ୟବସାୟୀ କୋଭିଡ ନିୟମ ମାନୁ ନ ଥିବା ଦେଖିବାକୁ ମିଳୁଛି । ଫଳରେ ପ୍ରଶାସନ ବାଧ୍ୟ ହୋଇ କଡା ପଦକ୍ଷେପ ଗ୍ରହଣ କରୁଛି । ବଡ଼ ବଜାରଠାରେ ଥିବା ମୂର୍ତ୍ତି ମୋବାଇଲ ଦୋକାନର ମାଲିକ ବାରମ୍ବାର କୋଭିଡ ନିୟମ ତଥା ସାମାଜିକ ଦୂରତା ଉଲଘଂନ କରୁଥିବା ଅଭିଯୋଗରେ ଗୁରୁବାର ତହସିଲଦାର ଅବନୀ କୁମାର ସାହୁ ଉକ୍ତ ଦୋକାନକୁ ସିଲ କରିଥିଲେ । ଏଥିସହିତ ଏନ୍ଏସି ସମୁଖ ବଳିଆ ପରିବା ଦୋକାନ ଓ ସୁର ପାତ୍ର ପରିବା ଦୋକାନୀଙ୍କୁ ତହସିଲଦାର ସାହୁ ତାଗିଦ କରିବା ସହ ଚେତାବନୀ ଦେଇଥିଲେ । ଦୋକାନ ସିଲ୍ ବେଳେ ଗଞ୍ଜାମ ଥାନା ସେକେଣ୍ଡ ଅଫିସର ଚନ୍ଦନ ବେହେରା, ମହିଳା ଏସଆଇ ଉର୍ମିଳା ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ, ଗଞ୍ଜାମ ଏନ୍ଏସି ଅଞ୍ଚଳରେ କରୋନା ମୁକାବିଲା ପାଇଁ ତହସିଲଦାରଙ୍କ ସମେତ ଏନ୍ଏସିଇଓ ପ୍ରଭୁ କଲ୍ୟାଣ ଦାସ, ଥାନା ଆଇଆଇସି ଦିଲ୍ଲୀପ କୁମାର ସାହୁ, ଏସଆଇ ନାରାୟଣ କହର, ସୁକାନ୍ତ ପ୍ରଧାନ ପ୍ରମୁଖ ଦିନ ରାତି ଏକ କରି ଲୋକଙ୍କୁ ସଚେତନତା କରେଇ ଆସିଛନ୍ତି । ଯାହା ଫଳରେ ଏହି ଏନ୍ଏସିରେ କରୋନା ଆକ୍ରାନ୍ତ ସଂଖ୍ୟା ଦୁଇ ଅଙ୍କରେ ସୀମିତ ରହିଛି । ବର୍ତ୍ତମାନ ଏଠାରେ ୪୫ ଜଣ ଆକ୍ରାନ୍ତ ମଧ୍ୟରୁ ୩୪ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୦ ଆକ୍ଟିଭ ଅଛନ୍ତି ବୋଲି ଏନ୍ଏସି ପ୍ରଶାସନ ପକ୍ଷରୁ କୁହାଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା